ବରଗଡ଼ରେ ସ୍କ୍ରବ ଟାଇଫସ: ଯୁବତୀ ଗୁରୁତର

ସମ୍ବଲପୁର : ବରଗଡ଼ ଜିଲା ଗାଇସିଲେଟ ଅଞ୍ଚଳର ଜଣେ ଯୁବତୀ ସ୍କ୍ରବ ଟାଇଫସ ପୋକ କାମୁଡ଼ାରେ ଗୁରୁତର ଅସୁସ୍ଥ ହୋଇପଡ଼ିଛନ୍ତି। ତାଙ୍କୁ ପଦ୍ମପୁର ଉପଖଣ୍ଡ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି। ଯୁବତୀ ଜଣକ ଗୁରୁତର ଅବସ୍ଥାରେ ହସପିଟାଲକୁ ଆସିଥିଲେ। ପରୀକ୍ଷାରୁ ସେ ସ୍କ୍ରବ ଟାଇଫସ ଆକ୍ରାନ୍ତ ବୋଲି ଜଣାପଡ଼ିଥିବା ପଦ୍ମପୁର ଉପଖଣ୍ଡ ମେଡିକାଲ ଅଫିସର ସୂଚନା ଦେଇଛନ୍ତି। ଏ ସମ୍ପର୍କରେ ଅଧିକ ସୂଚନା ମିଳିନାହିଁ। ଏହା ଚଳିତ ବର୍ଷର ପ୍ରଥମ ସ୍କ୍ରବ ଟାଇଫସ ଘଟଣା ବୋଲି ଜଣାପଡ଼ିଛି। ଗତ ବର୍ଷ ବର୍ଷା ଋତୁରେ ବରଗଡ଼ ଜିଲାର ପ୍ରାୟ ୮ ଜଣ ସ୍କ୍ରବ ଟାଇଫସ କାବୁଡ଼ାରେ ପ୍ରାଣ ହରାଇଥିଲେ।
Powered by Froala Editor