ଘରେ ପିମ୍ପୁଡି ଟେନସନ ଦେଉଛିକି ? ଆପଣାନ୍ତୁ ଏହି ଘରୋଇ ଉପାୟ

ପିମ୍ପୁଡିମାନଙ୍କ ଠାରେ ଘ୍ରାଣ ଶକ୍ତି ଅଧିକ ଥାଏ । ଘରେ ଯେକୌଣସି ଖାଦ୍ୟ ଜିନିଷ ବାହାରେ ରଖିଲେ ପିମ୍ପୁଡିମାନେ ଧାଡି କରି ଆସି ଖାଦ୍ୟରେ ଲାଗିଯାଆନ୍ତି ଓ ଖାଦ୍ୟ ନଷ୍ଟ କରିଦିଅନ୍ତି । ଏହା ଦେଖି ଆମେ ବିରକ୍ତ ହୋଇଥାଉ ଓ ପିମ୍ପୁଡି କିପରି ଦୂରେଇଯିବେ ସେହି ବିଷୟରେ ଚିନ୍ତା କରିଥାଉ । ହେଲେ ଏମିତି କିଛି ଘରୋଇ ଟିପ୍ସ ଅଛି ଯାହାଦ୍ୱାରା ପିମ୍ପୁଡିଙ୍କ ଠାରୁ ମୁକ୍ତି ମିଳିପାରିବ । ତେବେ ସର୍ବଦା ଘରର ରୋଷେଇ ଘର ସଫା ସୁତୁରା ରଖନ୍ତୁ । ଖାଇବା ଜିନିଷ ଚାରିଆଡେ ପକାନ୍ତୁ ନାହିଁ । ମିଠା ଜିନିଷଗୁଡିକ ତଳେ ପକାନ୍ତୁ ନାହିଁ । ଏହା ସହିତ ପିମ୍ପୁଡି ଆସୁଥିବା ସ୍ଥାନରେ ଦୁଇ ଚାରି ବୁନ୍ଦା ଲେମ୍ବୁରସ ପକାଇ ଦିଅନ୍ତୁ । ଲେମ୍ବୁ ଗନ୍ଧରେ ପିମ୍ପୁଡିମାନେ ଚାଲିଯାଆନ୍ତି । ଭିନେଗାରରେ ଅଳ୍ପ ପାଣି ମିଶାଇ ସେହି ସ୍ଥାନରେ ସ୍ପ୍ରେ କରନ୍ତୁ, ଏହାଦ୍ୱାରା ପିମ୍ପୁଡି ଘରକୁ ଆସନ୍ତି ନାହିଁ । ହଳଦୀ ଗୁଣ୍ଡକୁ କାନ୍ଥ ଚାରିପାଖରେ ସିଂଚନ କରନ୍ତୁ, ଏହା କରିବା ଦ୍ୱାରା ପିମ୍ପୁଡି ଘର ଭିତରକୁ ଆସିପାରିବ ନାହିଁ । ଯଦି ଆଲମାରୀର ବସ୍ତ୍ରରେ ଥିବା କପଡାରେ ପିମ୍ପୁଡି ଲାଗୁଥାଏ ତେବେ ସେଠାରେ ଗନ୍ଧ କର୍ପୂର ରଖନ୍ତୁ । ଏହା ସହିତ ମିଠା ଜିନିଷ ଗୁଡିକ ସର୍ବଦା ଏୟାର ଟାଇଟ କଂଟେନରରେ ରଖନ୍ତୁ ।
Powered by Froala Editor