ଭୁବନେଶ୍ଵରରେ ରାହୁଲ
ଭୁବନେଶ୍ବର: ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଦିନିକିଆ ଓଡ଼ିଶା ଗସ୍ତରେ ଆସି ଶୁକ୍ରବାର ଭୁବନେଶ୍ଵରରେ ପହଞ୍ଚିଛନ୍ତି। ଏକ ସ୍ଵତନ୍ତ୍ର ବିମାନରେ ଆସି ପୂର୍ବାହ୍ନରେ ଭୁବନେଶ୍ଵର ଅନ୍ତର୍ଜାତୀୟ ବିମାନବନ୍ଦରରେ ଓହ୍ଲାଇଥିଲେ। ତାଙ୍କ ସହିତ ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି)ସଭାପତି ମଲ୍ଲିକାର୍ଜୁନ ଖଡ୍ଗେ, ଏଆଇସିସି ସାଧାରଣ ସମ୍ପାଦକ (ସଙ୍ଗଠନ) କେ.ସି ଭେନୁଗୋପାଳ ମଧ୍ୟ ରହିଛନ୍ତି। ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି(ଓପିସିସି) ସଭାପତି ଭକ୍ତ ଦାସ ଏବଂ ଦଳର ବରିଷ୍ଠ ନେତାମାନେ ବିମାନବନ୍ଦରରେ ସେମାନଙ୍କୁ ସ୍ଵାଗତ କରିଥିଲେ। ରାହୁଲ ବରମୁଣ୍ଡା ପଡ଼ିଆରେ ଆୟୋଜିତ ହେବାକୁ ଥିବା ସମ୍ବିଧାନ ବଞ୍ଚାଅ ସମାବେଶରେ ଯୋଗଦେବେ।
Powered by Froala Editor