ମୁଖ୍ୟମନ୍ତ୍ରୀଙ୍କ ଜନଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଆସନ୍ତାକାଲି
ଭୁବନେଶ୍ବର : ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ଜନଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଗତ ୩୦ ତାରିଖରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ଅଭିଯୋଗ ଦାଖଲ ପାଇଁ ଯେଉଁମାନେ ପୂର୍ବରୁ ପଞ୍ଜୀକରଣ କରିଥିଲେ, ଏହି ଶୁଣାଣି କେବଳ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ରହିଛି। ସେମାନେ ପୁନଃ ପଞ୍ଜୀକରଣ କରିବାର ଆବଶ୍ୟକତା ନାହିଁ। ଜୁନ ୩୦ ତାରିଖ ପାଇଁ ପୂର୍ବରୁ ପଞ୍ଜୀକରଣ କରିଥିବା ଆବେଦନକାରୀ ସେମାନଙ୍କ ପ୍ରାପ୍ତି ସ୍ୱୀକାର ପତ୍ର, ବ୍ୟକ୍ତିଗତ ପରିଚୟ ପତ୍ର ତଥା ଆବେଦନ ପତ୍ର ସହ ୟୁନିଟ୍-୨ ଅଶୋକନଗରସ୍ଥିତ ପୂର୍ବତନ ସରକାରୀ ପ୍ରାଥମିକ ବିଦ୍ୟାଳୟ (କ୍ୟାପିଟାଲ ନର୍ସରୀ) ଠାରେ ଜନଶୁଣାଣି ପାଇଁ ଉପସ୍ଥିତ ରହିବେ। ଏନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
Powered by Froala Editor