ବାହୁଡା ଯାତ୍ରା: ଆଜି ଭାଇଭଉଣୀକୁ ଧରି ବାହୁଡିବେ ମହାପ୍ରଭୁ
ପୁରୀ : ଶ୍ରୀଜୀଉଙ୍କ ଆଜି ପବିତ୍ର ବାହୁଡା ଯାତ୍ରା। ପୁରୀରେ ଶ୍ରଦ୍ଧାଳୁଙ୍କ ପ୍ରବଳ ସମାଗମ ଦେଖିବାକୁ ମିଳିଛି । ନାକଚଣା ଦ୍ୱାର ପାଖରେ ୩ ରଥ ଦଣ୍ଡାୟମାନ ରହିଛନ୍ତି। ଧାଡି ପହଣ୍ଡିରେ ଆସି ରଥରେ ବିଜେ କରିଛନ୍ତି ଚକ୍ରରାଜ ଶ୍ରୀସୁଦର୍ଶନ । ଦେବଦଳନ ରଥରେ ବିଜେ କଲେ ଶ୍ରୀସୁଦର୍ଶନ। ଘଣ୍ଟ ହୁଳହୁଳିରେ କମ୍ପୁଛି ଶରଧାବାଲି। ଜନ୍ମବେଦୀ ଛାଡି ରତ୍ନବେଦୀକୁ ଯିବେ ଚତୁର୍ଦ୍ଧାମୂର୍ତ୍ତି । ଆରମ୍ଭ ହୋଇଛି ବଡ ଠାକୁରଙ୍କ ପହଣ୍ଡି ବିଜେ । ଧାଡି ପହଣ୍ଡିରେ ବିଜେ କରୁଛନ୍ତି ବଡ ଠାକୁର । ଭାଇଭଉଣୀକୁ ଧରି ବାହୁଡିବେ ମହାପ୍ରଭୁ।
ଲକ୍ଷ ଲକ୍ଷ ଭକ୍ତଙ୍କ ମେଳରେ ବାହୁଡ଼ା ଯାତ୍ରା କରିବେ ପରଂବ୍ରହ୍ମ। ସନ୍ଧ୍ୟାସୁଦ୍ଧା ତିନିରଥ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ପହଞ୍ଚିବା ସମ୍ଭାବନା ରହିଛି। ଆଷାଢ଼ ଶୁକ୍ଳ ଦଶମୀ ତିଥିରେ ଶନିବାର ସକାଳ ଧୂପରେ ଖେଚୁଡ଼ି ଖାଇ ରଥ ଉପରେ ପହଣ୍ଡି ବିଜେ କରିବେ ମହାପ୍ରଭୁ ଶ୍ରୀବଳଭଦ୍ର, ଶ୍ରୀଜଗନ୍ନାଥ ଓ ଦେବୀ ସୁଭଦ୍ରା। ପରମ୍ପରା ଅନୁଯାୟୀ, ବାହୁଡା ପହଣ୍ଡି ବେଳେ ଶ୍ରୀଜୀଉଙ୍କ ଶ୍ରୀ ମସ୍ତକରେ ଶୋଲ ଓ ଫୁଲରେ ନିର୍ମିତ ଆକର୍ଷଣୀୟ ଟାହିଆ ଲଗାଯାଏ ।
Powered by Froala Editor