ବାଣ ତିଆରି କାରଖାନାରେ ହଠାତ୍ ବିସ୍ପୋରଣ, ୫ ମୃତ

ଚେନ୍ନାଇ : ତାମିଲନାଡୁର ଶିବକାଶୀ ଜିଲାରେ ଥିବା ଏକ ବାଣ ତିଆରି କାରଖାନାରେ ବିସ୍ଫୋରଣ ଘଟିଥିବା ନେଇ ମଙ୍ଗଳବାର ଖବର ସାମ୍ନାକୁ ଆସିଛି । ଏଠାରେ ବାଣ ତିଆରି କାରଖାନାରେ ହଠାତ୍ ବିସ୍ପୋରଣ ଘଟିଥିଲା । ଏଥିରେ ୫ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ୨ ମହିଳା ସମେତ ଅନ୍ୟ ୩ ଶ୍ରମିକ ରହିଛନ୍ତି । ଖବର ପାଇ ପୁଲିସ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ବିସ୍ଫୋରଣ ପରେ ନିଆଁ ଲାଗିବା କାରଣରୁ ସମଗ୍ର ଅଞ୍ଚଳ ଧୂଆଁମୟ ହୋଇଯାଇଥିଲା ।
ପୁଲିସ ଠାରୁ ମିଳିଥିବା ସୂଚନାନୁସାରେ, ଏହି ଭୟଙ୍କର ଅଗ୍ନିକାଣ୍ଡ ସମଗ୍ର ୟୁନିଟ୍କୁ ନଷ୍ଟ କରିଛି। ଦୁର୍ଘଟଣାରେ ଅନେକ ଲୋକ ଆହତ ମଧ୍ୟ ହୋଇଛନ୍ତି। ବିସ୍ଫୋରଣ ପରେ କାରଖାନାରୁ ଧୂଆଁ ବାହାରୁଥିବା ଏବଂ ବାଣ ଫୁଟିବାର ଶବ୍ଦ ବହୁ ଦୂର ପର୍ଯ୍ୟନ୍ତ ଶୁଣାଯାଇଥିଲା। ଘଟଣା ପରେ ପୁଲିସ ଏବଂ ଅଗ୍ନିଶମ କର୍ମଚାରୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ତୁରନ୍ତ ଡାକ୍ତରଖାନାକୁ ନେଇଯାଇଥିଲେ। ଅଗ୍ନିଶମ କର୍ମଚାରୀ ଓ ଉଦ୍ଧାରକାରୀ ଦଳର ଜଣେ ଅଧିକାରୀ କହିଛନ୍ତି, ବର୍ତ୍ତମାନ ବିସ୍ଫୋରଣ ପରେ ଲାଗିଥିବା ନିଆଁକୁ ନିୟନ୍ତ୍ରଣ କରାଯାଇଛି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
Powered by Froala Editor