ରାସାୟନିକ କାରଖାନାରେ ବଡ ବିସ୍ଫୋରଣ, ୧୦ ମୃତ

ହାଇଦ୍ରାବାଦ: ହାଇଦ୍ରାବାଦ ପଣ୍ଟଞ୍ଚେରୁବୁ ଅଞ୍ଚଳରେ ଥିବା ସିଗାଚି ରାସାୟନିକ କାରଖାନାରେ ବଡ ବିସ୍ଫୋରଣ ଘଟିଛି । ପ୍ରାରମ୍ଭିକ ସୂଚନା ଅନୁସାରେ ଏହି ବିସ୍ଫୋରଣରେ ଅନେକ ଲୋକଙ୍କର ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି । ବିସ୍ଫୋରଣ ଏତେ ଶକ୍ତିଶାଳୀ ଯେ ଆଖପାଖରେ ଥିବା କୋଠାବାଡି ସବୁ ଥରି ଉଠିଥିଲା । ବିସ୍ଫୋରଣରେ ୧୦ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଥିବା ବେଳେ କାରଖାନାର କିଛି ଅଂଶ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ପୁଲିସ ଓ ଜରୁରୀକାଳୀନ ସେବା କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ଭଗ୍ନାବିଶେଷ ତଳେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବାରେ ଲାଗିଛନ୍ତି । ବିସ୍ଫୋରଣରେ ୨୦ରୁ ଅଧିକ ଶ୍ରମିକ ଆହତ ହୋଇଛନ୍ତି ।
Powered by Froala Editor