ଭାଇରାଲ ହେଉଛି ‘ଜନତା ଖାନା’

ଭାରତୀୟ ରେଳବାଇର ‘ଜନତା ଖାନା’ ଏବେ ସମସ୍ତଙ୍କ ମୁହଁରେ ହସ ଖେଳାଇ ଦେଇଛି । ମାତ୍ର ୧୫ ଟଙ୍କାରେ ପେଟପୂରା ଖାଦ୍ୟ କାହାକୁ ବା ଦରକାର ନାହିଁ । ମାତ୍ର ୧୫ ଟଙ୍କାରେ ୭ ପୁରୀ ଆଉ ତରକାରୀ । କେହି କେହି କହୁଛନ୍ତି ‘ୱାଓ’।
ଭାରତୀୟ ରେଳବାଇର 15 ଟଙ୍କାର ଜନତା ଖାନା ସୋସିଆଲ ମିଡିଆରେ ବେସ ଭାଇରାଲ ହେବାରେ ଲାଗିଛି । IRCTC ଏବଂ ଭାରତୀୟ ରେଳବାଇ ଗତ ବର୍ଷ ମିଳିତ ଭାବରେ ଏହି ପ୍ରୟାସ ଆରମ୍ଭ କରିଥିଲେ । ଏହି ଯୋଜନାରେ ଲକ୍ଷ ଲକ୍ଷ ଲୋକଙ୍କୁ ଶସ୍ତାରେ ଖାଦ୍ୟ ଯୋଗାଇ ଦିଆଯାଉଥିଲା ।
ତେବେ ଏହାକୁ ନେଇ ଲୋକମାନେ ସୋସିଆଲ ମିଡିଆରେ ମିଶ୍ରିତ ପ୍ରତିକ୍ରିୟା ରଖିଛନ୍ତି । କିଛି ଲୋକ ଏହି ପଦକ୍ଷେପକୁ ପ୍ରଶଂସା କରୁଛନ୍ତି ତ କିଛି ଲୋକ ଗୁଣବତ୍ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି।ତେବେ ଗୁଣବତ୍ତା ବାବଦରେ ରେଳବାଇ କ୍ଲିନଚିଟ ଦେଇଛି । ରେଳବାଇ ଲୋକଙ୍କୁ ଭଲ ସେବା ଯୋଗାଉଛି ବୋଲି ସ୍ପଷ୍ଟ କରିଛି ।
Powered by Froala Editor