ନାରୀ ନିର୍ଯାତନା ନେଇ ଟିଟିଲାଗଡ଼ରେ ବିକ୍ଷୋଭ ସମାବେଶ

ଟିଟିଲାଗଡ଼ : ନାରୀମାନେ ଆମ ରାଜ୍ୟରେ ଅସୁରକ୍ଷିତ । ନାରୀଙ୍କୁ ସୁରକ୍ଷା ଦେବାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ସ୍ଥାଣୁ ପାଲଟିଥିବା ଅଭିଯୋଗ ହୋଇଛି। ଏହାର ପ୍ରତିବାଦରେ ଟିଟିଲାଗଡ଼ରେ ଏକ ବିକ୍ଷୋଭ ସମାବେଶ ଅନୁଷ୍ଠିତ ହୋଇଛି। ଦଳର ବରିଷ୍ଠ ନେତା ସୁରେନ୍ଦ୍ର ସିଂଭୋଇ, ଟୁକୁନି ସାହୁଙ୍କ ନେତୃତ୍ୱରେ ଆଜି ଟିଟିଲାଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀର ଯୁବ ଏବଂ ଛାତ୍ର ବିଜେଡ଼ି ନେତା ଓ କର୍ମୀମାନେ ସହରରେ ଵିଶାଳ ବାଇକ ଶୋଭାଯାତ୍ରା ସହ ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ବିଜେଡ଼ି ନେତାମାନେ ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ ବିଭିନ୍ନ ସ୍ଲୋଗାନ ସହ କୁଶ ପୁତ୍ତଳିକା ଦାହ କରିଥିଲେ । ଆଇନ ଶୃଙ୍ଖଳା ନେଇ ବ୍ୟାପକ ପୁଲିସ ମୁତୟନ ହୋଇଥିବା ଦେଖିବାକୁ ମିଳିଥିଲା।
Powered by Froala Editor