୨୪ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଅଭିଯୋଗରେ ଶିକ୍ଷକ ଗିରଫ
ସିମଳା: ୨୪ ଜଣ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗରେ ହିମାଚଳ ପ୍ରଦେଶର ସିରମୌର ଜିଲାରେ କାର୍ଯ୍ୟରତ ଜଣେ ସରକାରୀ ସ୍କୁଲ ଶିକ୍ଷକଙ୍କୁ ସୋମବାର ଗିରଫ କରାଯାଇଛି। ଅଷ୍ଟମ, ନବମ ଓ ଦଶମ ଶ୍ରେଣୀର ଏହି ପୀଡିତା ଛାତ୍ରୀମାେନ ନିର୍ଯାତନା ସମ୍ପର୍କରେ ସ୍କୁଲ ଅଧ୍ୟକ୍ଷଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ। ଅଧ୍ୟକ୍ଷ ଏହି ଅଭିଯୋଗକୁ ସ୍କୁଲର ବ୍ୟଭିଚାର ନିରୋଧ କମିଟି ନିକଟକୁ ପଠାଇଥିଲେ। କମିଟିର ସୁପାରିସକ୍ରମେ ପୀଡିତା ଛାତ୍ରୀଙ୍କ ଅଭିଭାବକଙ୍କ ସହ ବିସ୍ତୃତ ଆଲୋଚନା ହେବାପରେ ପୁଲିସ ଅଭିଯୁକ୍ତ ଶିକ୍ଷକଙ୍କୁ ଗିରଫ କରିଛି। ଭାରତୀୟ ନ୍ୟାୟ ସଂହିତା ଓ ପୋକ୍ସୋ ଆଇନର ବିଭିନ୍ନ ଧାରା ଅନୁଯାୟୀ ସଂପୃକ୍ତ ଶିକ୍ଷକଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି।
Powered by Froala Editor