ଜମି ବିବାଦରୁ ୩ ଜଣଙ୍କୁ ଖଣ୍ଡାରେ ସଂଘବଦ୍ଧ ଆକ୍ରମଣ
ଜମିଜମା ବିବାଦକୁ ନେଇ ଭୁବନେଶ୍ୱର ଭରତପୁର ଥାନା ଅଞ୍ଚଳରେ ୩ ଜଣ ଯୁବକଙ୍କୁ ଗୋଡେଇ ଗୋଡେଇ ହାଣିଲେ ଅଭିଯୁକ୍ତ । ୩ଜଣ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ପୂର୍ବରୁ ଥିବା ଜମିଜମା ବିବାଦ କାରଣରୁ ଏହା ହୋଇଥିବା କୁହାଯାଉଥିବାବେଳେ ପୋଲିସ ଏହାର ତଦନ୍ତ କରୁଛି।
ଭରତପୁର ଥାନା ଅନ୍ତର୍ଗତ ସାମପୁର ଅଞ୍ଚଳରେ ଏଭଳି ଘଟଣା ଦେଖାଯାଇଥିବାବେଳେ ଭରତପୁର ବସ୍ତିରେ ୨୦ରୁ ୩୦ଜଣ ଯୁବକ ସଂଘବଦ୍ଧ ଭାବରେ ଆସି ଆକ୍ରମଣ କରିଥିବା ଅଭିଯୋଗ । ଆକ୍ରମଣରେ ବିଶୁ, ବାପି, ସଂଗ୍ରାମ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତ ମାନେ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଘଟଣାସ୍ଥଳରେ ଭରତପୁର ଥାନା ଅଧିକାରୀ ପହଞ୍ଚି ତନାଘନା ଆରମ୍ଭ କରିଛନ୍ତି ।
ଏହିପରି ଅନେକ ଘଟଣା ଏବେ ଦେଖିବାକୁ ମିଳୁଛି। ଗତ ୧୪ ତାରିଖରେ ଭୁବନେଶ୍ୱର ଧଉଳି ଥାନା ଲିଙ୍ଗିପୁର ଛକ ନିକଟରେ ଖଣ୍ଡା ବୁଲିଥିଲା । ଘର ଆଗରେ ବାଇକ୍ କାଢିବାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଦେଖାଯାଇଥିଲା । ଯାହାପରେ ୮ ରୁ ୧୦ ଜଣ ଦୁର୍ବୃତ୍ତ ଆସି ଖଣ୍ଡାରେ ଆକ୍ରମଣ କରିଥିଲେ । ଯେଉଁଥିରେ ଦୁଇ ଜଣ ବ୍ୟକ୍ତି ଗୁରୁତର ହୋଇଥିଲେ ।
Powered by Froala Editor