ଯୋଗ ଦିବସର ଶୁଭେଚ୍ଛା ଜଣାଇଲେ ସୁଦର୍ଶନ ପଟ୍ଟନାୟକ
ପୁରୀ: ଆଜି ଅର୍ନ୍ତଜାତୀୟ ବିଶ୍ଵ ଯୋଗ ଦିବସ। ପ୍ରତ୍ୟେକ ବ୍ୟକ୍ତି ଦିନକୁ ଦୁଇ ଘଣ୍ଟା ଯୋଗ ଓ ପ୍ରାଣାୟାମ କଲେ ସୁସ୍ଥ ଓ ସତେଜ ଜୀବନ ଯାପନ କରିହେବ ବୋଲି ଯୋଗ ପ୍ରଶିକ୍ଷକମାନେ ମତ ଦିଅନ୍ତି। ସୁସ୍ଥ ଜୀବନ ଅତିବାହିତ କରିବାରେ ଯୋଗ ହିଁ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ଏହି ଅବସରରେ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଯୋଗାସନର ଚିତ୍ର ନିର୍ମାଣ କରିଛନ୍ତି । ଏଥିସହ ଯୋଗର ବିଭିନ୍ନ ମୁଦ୍ରାକୁ ଅତି ସୁନ୍ଦର ଭାବେ ବାଲୁକାକଳାରେ ସ୍ଥାନ ଦେଇଛନ୍ତି ।
Powered by Froala Editor