ସ୍ତ୍ରୀକୁ ହତ୍ୟା କରି ଆତ୍ମହତ୍ୟା କଲା ସ୍ଵାମୀ

ଭୁବନେଶ୍ବର: ସ୍ତ୍ରୀକୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କଲା ସ୍ଵାମୀ। ଗଞ୍ଜାମ ଜିଲା ଧରାକୋଟର କେ. ରାମଚନ୍ଦ୍ରପୁରରେ ଏଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ମୃତକମାନେ ହେଲେ ଏମ. ସୁବାସ ରେଡ୍ଡୀ ଏବଂ ତାଙ୍କ ସ୍ତ୍ରୀ ଏମ. ଯମୁନା ରେଡ୍ଡୀ। ପୁଲିସ ମୃତଦେହ ଜବତ କରି ତଦନ୍ତ ଚଳାଇଛି।
ସୂଚନା ଅନୁସାରେ, ସୁବାସଙ୍କ ଘରେ ପାରିବାରିକ କଳହ ଲାଗି ରହୁଥିଲା। ଏହି କାରଣରୁ ସ୍ଵାମୀ-ସ୍ତ୍ରୀଙ୍କ ମଧ୍ୟରେ ଅନେକ ସମୟରେ କଳିଝଗଡ଼ା ହେଉଥିଲା। ସୋମବାର ମଧ୍ୟ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତ୍କ୍ଷିପ୍ତ ହୋଇ ସୁବାସ ତାଙ୍କ ସ୍ତ୍ରୀଙ୍କୁ ଏକ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଥିଲେ। ପରେ ନିଜେ ଆତ୍ମହତ୍ୟା କରିଥିଲେ।
Powered by Froala Editor