ଅଲାରନାଥଙ୍କ ଦର୍ଶନରେ ବିଶୃଙ୍ଖଳା: ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ

ବ୍ରହ୍ମଗିରି: ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଅନବସର ସମୟରେ ପ୍ରଭୁ ଅଲାରନାଥଙ୍କ ଦର୍ଶନ ସୋମବାର ପଞ୍ଚମ ଦିନରେ ପହଞ୍ଚିଛି। ଗତ ୨ ଦିନ ହେବ ଭିଆଇପିଙ୍କ ଦର୍ଶନ ବ୍ୟବସ୍ଥା ପାଇଁ କରାଯାଇଥିବା ପାସ୍ ସଂଖ୍ୟା ୫ ହଜାରରୁ ଊର୍ଦ୍ଧ୍ବ ହେବ ବୋଲି ଜଣାପଡ଼ିଛି। ଜଣେ ସେବାୟତ ୧୦ଟି ପାସ୍ ପାଇଥିବାବେଳେ ସେହି ପାସ୍ ଦେଖାଇ ଶହଶହ ଭକ୍ତଙ୍କଠାରୁ ମୋଟା ଅଙ୍କର ଅର୍ଥନେଇ ସେମାନଙ୍କୁ ଭିଆଇପି ଦର୍ଶନ କରାଉଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଘଣ୍ଟାଘଣ୍ଟା ଧରି ଗରମ ଗୁଳୁଗୁଳିରେ ବ୍ୟାରିକେଡ ମଧ୍ୟରେ ଠିଆ ହୋଇଥିବା ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ସୋମବାର ଅପରାହ୍ଣରେ କିଛି ପୁଲିସ କର୍ମଚାରୀ ଭିଆଇପିଙ୍କୁ ଦର୍ଶନ ପାଇଁ ଛାଡୁଥିବାବେଳେ ଧାଡ଼ିରେ ଦୀର୍ଘସମୟ ଧରି ଅପେକ୍ଷା କରି ରହିଥିବା ଭକ୍ତ ଏହାକୁ ବିରୋଧ କରିଥିଲେ। ଏହାକୁ ନେଇ ମନ୍ଦିର ଭିତରେ ଉତ୍ତେଜନା ପ୍ରକାଶ ପାଇଥିଲା। କିଛିସମୟ ଧରି ପୁଲିସ ଓ ଭକ୍ତଙ୍କ ମଧ୍ୟରେ ଯୁକ୍ତିତର୍କ ଓ ଠେଲାପେଲା ଦେଖିବାକୁ ମିଳିଥିଲା।
Powered by Froala Editor