ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଚିଠି ଲେଖିଲା ଗଣଶିକ୍ଷା ବିଭାଗ, ୨୦ରୁ ଖୋଲିବ ସ୍କୁଲ

ଭୁବନେଶ୍ବର: ରାଜ୍ୟରେ ଆସନ୍ତା ୨୦ରୁ ଖୋଲିବ ସମସ୍ତ ବିଦ୍ୟାଳୟ । ୧୮ ବଦଳରେ ୨୦ରେ ସ୍କୁଲ ଖୋଲିବାକୁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଚିଠି ଲେଖିଛି ଗଣଶିକ୍ଷା ବିଭାଗ । ବିଦ୍ୟାଳୟ ଖୋଲିବା ପୂର୍ବରୁ ସ୍ବଚ୍ଛତା ଏବଂ ଛାତ୍ରଛାତ୍ରୀଙ୍କ ପାଇଁ ନିରାପଦ ପାନୀୟ ଜଳ ଉପରେ ଗୁରୁତ୍ବ ଦିଆଯାଇଛି। ବିଦ୍ୟାଳୟ ଖୋଲିବାର ଦିନକ ପୂର୍ବରୁ ଅର୍ଥାତ ୧୯ ତାରିଖରେ ଶିକ୍ଷକ, କର୍ମଚାରୀ, ପାଚିକା ଏବଂ ସହାୟିକାଙ୍କୁ କାର୍ଯ୍ୟରେ ଯୋଗଦେବାକୁ ନିର୍ଦେଶ ଦିଆଯାଇଛି। ସୂଚନା ଅନୁଯାୟୀ, ରାଜ୍ୟରେ ଏବେ ଝାଡ଼ାବାନ୍ତି ଗୋଟିଏ ପରେ ଗୋଟିଏ ଜିଲାକୁ ବ୍ୟାପୁଛି। ଅନ୍ୟପକ୍ଷରେ କରୋନା ସଂକ୍ରମଣର ଭୟ ମଧ୍ୟ ରହିଛି। ଏବେ ବିଦ୍ୟାଳୟଗୁଡ଼ିକ ବନ୍ଦ ଥିବାରୁ ଅଭିଭାବକମାନେ ଆଶ୍ବସ୍ତ ଅଛନ୍ତି। ୨୦ରୁ ବିଦ୍ୟାଳୟ ଖୋଲିବା ପରେ ଏ ଦିଗରେ ଅଧିକ ଯତ୍ନବାନ ହେବାର ଆବଶ୍ୟକତା ରହିଛି।
Powered by Froala Editor