ବନ୍ଦ ଘରୁ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ପାଟଣାଗଡ : ବନ୍ଦ ଘରୁ ନାବାଳିକାର ଝୁଲନ୍ତା ମୃତଦେହ । ପାଟଣାଗଡ ଥାନା ଭଇଁଷା ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଗତ କିଛି ଦିନ ହେବ ଏକ ଘର ବନ୍ଦ ରହିଥିଲା। ଆଜି ସକାଳୁ କିଛି ସ୍ଥାନୀୟ ଲୋକେ ବନ୍ଦ ଘରୁ ଦୁର୍ଗନ୍ଧ ବାହାରୁଥିବା ଦେଖି ତାଲା ଭାଙ୍ଗିଥିଲେ। ଏବଂ ବନ୍ଦ ଘରୁ ଜଣେ ନାବାଳିକାର ମୃତଦେହ ଉଦ୍ଧାର କରିଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।
Powered by Froala Editor