୭ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ଲୁଟିନେଲେ ୧୨ ଭରି ସୁନା

ସୁନ୍ଦରଗଡ଼: ସୁନ୍ଦରଗଡ଼ ସଦର ଥାନା ଅନ୍ତର୍ଗତ କାନ୍ଦବାହାଲ ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ସଶସ୍ତ୍ର ଡକାୟତ ହୋଇଛି। ୭ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ଜଣେ ବ୍ୟକ୍ତିଙ୍କ ଘରେ ପଶି ଏହି ଡକାୟତି କରିଛନ୍ତି।
ଦୁର୍ବୃତ୍ତମାନେ ଘରେ ପଶି ପରିବାର ଲୋକଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରିବା ସହିତ ସେମାନଙ୍କୁ ବାନ୍ଧି ନିସ୍ତୁକ ମାଡ଼ ମାରିଥିଲେ। ପରେ ଘରୁ ନଗଦ ୧ ଲକ୍ଷ ଟଙ୍କା ଓ ୧୨ ଭରି ଓଜନର ସୁନା ଅଳଙ୍କାର ଲୁଟି ନେଇଥିବା ଅଭିଯୋଗ ହୋଇଛି।
ଖବର ପାଇ ପୁଲିସ ସଦଳବଳ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ଏଏସପି, ଏସଡିପିଓ ଏବଂ ସାଇଣ୍ଟିଫିକ ଟିମ୍ ପହଞ୍ଚି ଘଟଣାର ଛାନଭିନ କରୁଥିବା ସୂଚନା ମିଳିଛି।
Powered by Froala Editor