ବ୍ୟାଙ୍କ ମ୍ୟାନେଜର୍ଙ୍କ ମୁଣ୍ଡରେ ବନ୍ଧୁକ ରଖି ବ୍ୟାଙ୍କରୁ ଲୁଟିନେଲେ ୭ ଲକ୍ଷରୁ ଅଧିକ ଟଙ୍କା

ଭଦ୍ରକ : ବନ୍ଧୁକ ମୁନରେ ବ୍ୟାଙ୍କ୍ରେ ଗୁରୁବାର ସଶସ୍ତ୍ର ଡକାୟତି ହୋଇଛି । ତିହିଡି ବଜାର ସ୍ଥିତ ଏୟୁ ସ୍ମଲ୍ ଫାଇନାନ୍ସ ବ୍ୟାଙ୍କ୍ରୁ ଏହି ଲୁଟ୍ ହୋଇଛି । ବ୍ୟାଙ୍କ ମ୍ୟାନେଜର୍ଙ୍କ ମୁଣ୍ଡରେ ବନ୍ଧୁକ ରଖି ଡକାୟତି ହୋଇଛି । ୪ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ଲୁଟ୍ ପରେ ଫେରାର୍ ହୋଇଯାଇଛନ୍ତି । ପ୍ରାୟ ୭ ଲକ୍ଷ ୫୫ ହଜାରରୁ ଅଧିକ ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । ଖବର ପାଇ ତିହିଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
Powered by Froala Editor