ପଞ୍ଚାୟତରୁ ପଞ୍ଚାୟତକୁ ବୁଲିବ ବିକାଶ ବାହନ, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟରେ ମୋହନ ସରକାରଙ୍କ ଶସନକୁ ବର୍ଷେ ପୂରିଛି। ଏହି ଅବସରରେ ସବୁଆଡୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି । ବିକାଶ ବାହନ କାର୍ଯ୍ୟକ୍ରମର ରାଜ୍ୟସ୍ତରୀୟ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ବିକାଶ ବାହନ ସରକାରଙ୍କ ବିକାଶ କଥା ନେଇ ପଞ୍ଚାୟତରୁ ପଞ୍ଚାୟତକୁ ବୁଲିବ । ସରକାରଙ୍କ ସମସ୍ତ ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇବା ସହ ସଚେତନତା ସୃଷ୍ଟି କରିବ । ଅପହଞ୍ଚ ଲୋକମାନଙ୍କ ପାଖରେ ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନା ପହଞ୍ଚାଇ ସଚେତନ କରାଇବ । ଆଜିଠୁ ଜୁନ୍ ୨୧ଯାଏଁ ରାଜ୍ୟର ୩୧୪ଟି ବ୍ଲକ, ୧୧୫ଟି ୟୁଏଲବି ଏବଂ ୫ଟି ପୌରନିଗମରେ ଏହି ବାହନ ବୁଲିବ।
Powered by Froala Editor