ପୁଲିସ ଏନକାଉଣ୍ଟରରେ ପୁଣି ୨ ମାଓବାଦୀ ନିହତ

ଭୁବନେଶ୍ବର: ଛତିଶଗଡରେ ସୁକମା ଜିଲାର ପୁଷଗୁତ୍ରା ଜଙ୍ଗଲରେ ଡିଆରଜି ଯବାନ ଓ ମାଓବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଛି । ପୁଲିସ ଏନକାଉଣ୍ଟରରେ ପୁଣି ୨ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଛି । ମୃତ ମଓବାଦୀଙ୍କ ମଧ୍ୟରେ ଜଣେ ମହିଳା ମାଓବାଦୀ ରହିଥିବା ଜଣାପଡିଛି । ମୃତ ଗମନାଙ୍କ ନାଁରେ ୫ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା ହୋଇଥିଲା । ଘଟଣାସ୍ଥଳରୁ ଦୁଇଟି ରାଇଫଲ ଓ ବିପୁଳ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି ।
Powered by Froala Editor