ଯାଜପୁରରେ ସାଂଘାତିକ ଭାବେ ବ୍ୟାପିବାରେ ଲାଗିଛି ଝାଡାବାନ୍ତି

କୋରାଇ : ଦିନକୁ ଦିନ ଯାଜପୁରରେ ଝାଡାବାନ୍ତି ସାଂଘାତିକ ଭାବେ ବ୍ୟାପିବାରେ ଲାଗିଛି। ଦୁଇ ଦିନରେ ୫୦୦ ରୁ ଅଧିକ ଆକ୍ରାନ୍ତ ହେବାରେ ଲାଗିଛନ୍ତି। ଯୁବକ, ଶିଶୁ , ମହିଳା, ବୟସ୍କ ସବୁ ବର୍ଗର ଲୋକେ ଆକ୍ରାନ୍ତ ହେବାରେ ଲାଗିଛନ୍ତି। ଦୁଇ ମ୍ୟୁନିସପାଲଟି, ଧର୍ମଶାଳା , ରସୁଲପୁର , କୋରେଇ ଏବଂ ଦାନଗଦିରେ ଝାଡାବାନ୍ତି ବ୍ୟାପିବାରେ ଲାଗିଛି। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଝାଡାବାନ୍ତି ବ୍ୟାପିବାର ପ୍ରକୃତ କାରଣ ଜଣାପଡିନାହିଁ। ଯାଜପୁର ରୋଡ୍ ଏବଂ ଦାନଗଦିରେ ଦୁଇ ଆକ୍ରାନ୍ତଙ୍କର ମୃତ୍ୟ ହୋଇସାରିଛି। ସମସ୍ତ ଆକ୍ରାନ୍ତ ଜିଲ୍ଲା ମୁଖ୍ୟ ଓ ଅନ୍ୟାନ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସେପଟେ ଏହି ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଜନସ୍ଵାସ୍ଥ୍ୟ ନିର୍ଦେଶକ । ସେ କହିଛନ୍ତି ଏ ଯାଏଁ ଝାଡାବାନ୍ତି ନିୟନ୍ତ୍ରଣକୁ ଆସିନି। ଆକ୍ୟୁଟ୍ ଡାଇରିଆ କାରଣରୁ କିଛି ଲୋକ ଗୁରୁତର ଅଛନ୍ତି। ଦୁଇ ଜଣଙ୍କ ମୃତ୍ୟୁ ଅଭିଯୋଗ ଆସିଥିବାବେଳେ ପ୍ରକୃତ କାରଣ ଯାଞ୍ଚ ଚାଲିଛି। ଖାଦ୍ୟ ବିଷପ୍ରକ୍ରିୟାକରଣ ଯୋଗୁଁ ଡାଇରିଆ ବ୍ୟାପୁଥିବା ସନ୍ଦେହ କରାଯାଉଛି। ୨୦ରୁ ଅଧିକ ଆକ୍ରାନ୍ତଙ୍କୁ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ରାଜ୍ୟସ୍ତରୀୟ ୨ଟି ଡାକ୍ତରୀ ଟିମ୍ ଘଟଣାସ୍ଥଳକୁ ଯାଇଛନ୍ତି।
Powered by Froala Editor