ପୁଲିସ ଏବଂ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା: ୪ ଗିରଫ

କଳାପଥର: ବୈଦେଶ୍ଵର ଥାନା ଜଗନ୍ନାଥପୁର ଖଇରପଙ୍ଗା ଗ୍ରାମରେ ଗତ ୩ ତାରିଖରେ ପୁଲିସ ଏବଂ ସାମ୍ବାଦିକଙ୍କୁ ହୋଇଥିବା ଆକ୍ରମଣ ଘଟଣାରେ ୪ ଜଣଙ୍କୁ ଗିରଫ କରିଛି ବୈଦେଶ୍ଵର ପୁଲିସ। ୩ ଜଣଙ୍କୁ କଟକ ଅଞ୍ଚଳରୁ ଏବଂ ଜଣଙ୍କୁ ଖଇରପଙ୍ଗା ଗ୍ରାମରୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ବଂଶୀଧର ବିଶ୍ଵାଳ, ଶରତ ମହାନ୍ତି, ଅରୁଣ ମହାନ୍ତି ଏବଂ ସନ୍ତୋଷ ମହାନ୍ତି ବୋଲି ସୂଚନା ଦେଇଛନ୍ତି ବାଙ୍କି ଏସଡିପିଓ ବାଳକୃଷ୍ଣ କଅଁର। ଗିରଫ ଭୟରେ ଖଇରପଙ୍ଗା ପୁରୁଷଶୁନ୍ୟ ହୋଇଥିବା ବେଳେ ଜୋର କୁଳ, ଜମି ହୁଡ଼ା ତଳ ସମେତ ବାଙ୍କୀ ବ୍ଲକ ସୀମାନ୍ତବର୍ତ୍ତୀ ଭାପୁର ବ୍ଲକ କରବର, ମାଣିତ୍ରି, ଗୁରୁପଡା, ମଣିପୁର ଆଞ୍ଚଳରେ ଆତ୍ମ ଗୋପନକରି ବାଲି ସିମେଣ୍ଟ କାମ କରୁଛନ୍ତି ବୋଲି ଜଣାପଡିଛି ।
Powered by Froala Editor