ଆହତଙ୍କ ସ୍କୁଟର ନେଇ ଫେରାର ହେଲେ ଦୁର୍ବୃତ୍ତ

ଖଣ୍ଡଗିରି: ୧୬ ନମ୍ବର ଜାତୀୟ ରାଜପଥ ତମାଣ୍ଡୋ ଓଭରବ୍ରିଜ୍ ନିକଟରେ ଗତ ଗୁରୁବାର ସନ୍ଧ୍ୟାରେ ଏକ ଦୁର୍ଘଟଣା ଘଟିଥିଲା। ଏକ ଗାଡ଼ି ଧକ୍କାରେ ଜଣେ ସ୍କୁଟର ଚାଳକ ଆହତ ହୋଇଥିଲେ। ଆହତ ଚାଳକଜଣକ ହେଲେ ବେଗୁନିଆ ଅଞ୍ଚଳର ବିଜୟ କୁମାର ସାହୁ। ଦୁର୍ଘଟଣା ପରେ ବିଜୟ ଆହତ ହୋଇ ହସ୍ପିଟାଲ ଯାଇଥିବାବେଳେ ଘଟଣାସ୍ଥଳରୁ ତାଙ୍କ ସ୍କୁଟର କେହି ଦୁର୍ବୃତ୍ତ ଘଟଣାସ୍ଥଳରୁ ନେଇ ଫେରାର ହୋଇଯାଇଥିବା ତମାଣ୍ଡୋ ଥାନାରେ ଅଭିଯୋଗ ହୋଇଛି। ଏନେଇ ବିଜୟଙ୍କ ସ୍ତ୍ରୀ ଲିଖିତ ଅଭିଯୋଗ କରିଛନ୍ତି।
ସୂଚନା ଅନୁସାରେ, ଗତ ଗୁରୁବାର ବିଜୟ ନିଜ ସ୍କୁଟର ଯୋଗେ ବେଗୁନିଆରୁ ଭୁବନେଶ୍ୱର ଅଭିମୁଖେ ଯାଉଥିଲେ। ତମାଣ୍ଡୋ ନିକଟରେ ଏକ ଗାଡ଼ି ଧକ୍କା ଦେବାରୁ ବିଜୟ ଗୁରୁତର ଆହତ ହୋଇପଡ଼ିଥିଲେ। ଆହତ ବିଜୟଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ କିଛି ସ୍ଥାନୀୟ ଲୋକ ଡାକ୍ତରଖାନା ପଠାଇଥିଲେ। କିନ୍ତୁ ଦୁର୍ଘଟଣା ପରେ ତାଙ୍କ ସ୍କୁଟରକୁ କେହି ଦୁର୍ବୃତ୍ତ ଘଟଣାସ୍ଥଳରୁ ନେଇ ଚମ୍ପଟ ହୋଇଯାଇଥିଲା। ଏନେଇ ବିଜୟଙ୍କ ସ୍ତ୍ରୀ ତମାଣ୍ଡୋ ଥାନାରେ ଅଭିଯୋଗ କରିଛନ୍ତି। ସ୍କୁଟର ଡିକିରେ ୬ ହଜାର ଟଙ୍କା ଓ କିଛି ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଥିବା ଅଭିଯୋଗରେ ଦର୍ଶାଇଛନ୍ତି। ପୁଲିସ ଘଟଣାକୁ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିଛି।
Powered by Froala Editor