ମାଓ ହିଂସା: ଘରୁ ବାହାରକୁ ଟାଣି ଆଣି କଲେ ହତ୍ୟା

ଭୁବନେଶ୍ବର: ଓଡ଼ିଶା ସୀମାନ୍ତ ଛତିଶଗଡ଼ରେ ପୁଣି ମାଓବାଦୀ ହିଂସା ଦେଖିବାକୁ ମିଳିଛି। ୪ ତାରିଖରୁ ଛତିଶଗଡ଼ ବିଜାପୁର ଜିଲାର ନ୍ୟାସନାଲ ପାର୍କ ଜଙ୍ଗଲରେ ସର୍ଚ୍ଚ ଅପରେସନ ବେଳେ ଯବାନଙ୍କ ଗୁଳିରେ ୭ ମାଓବାଦୀ ନିହତ ହେବା ପରେ ବି ହିଂସା ଥମିନାହିଁ। ଛତିଶଗଡ଼ର ପୂବର୍ତ୍ତୀ ଗ୍ରାମରେ ପଶି ଜଣେ ଗ୍ରାମବାସୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି।ସୂଚନା ଅନୁସାରେ, ମାଓବାଦୀ ନେତା ହିଡମାଙ୍କ ଗାଁ ପୂବର୍ତ୍ତୀକୁ ୧୦ରୁ ୧୨ ମାଓବାଦୀ ଆସିଥିଲେ। ସେମାନେ ଗ୍ରାମର ଜଣେ ବ୍ୟକ୍ତିଙ୍କୁ ଘରୁ ବାହାରକୁ ଟାଣି ଆଣି ହତ୍ୟା କରିଛନ୍ତି। ପୁଲିସ ସୂଚନାଦାତା ସନ୍ଦେହରେ ସେମାନେ ଉକ୍ତ ଗ୍ରମବାସୀଙ୍କୁ ହତ୍ୟା କରିଥିବା କୁହାଯାଉଛି। ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି।
Powered by Froala Editor