Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Thursday, June 25, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଇରାନ ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ...

  • ଭୁଶୁଡ଼ିଲା ନିର୍ମାଣାଧୀନ ତିନି ମହଲା ...

  • ଦୈନନ୍ଦିନ ଖାଦ୍ୟ ତାଲିକାରେ ସାମିଲ ...

  • ଟେଲିଗ୍ରାମ ଉପରୁ ହଟିଲା ପ୍ରତିବନ୍ଧକ

  • ୨ ଫାଳ ଉଦ୍ଧବସେନା : ‘ଅପରେଶନ ଟାଇଗର’ ...

  • କେନ୍ଦ୍ରମନ୍ତ୍ରୀ ଜର୍ଜ କୁରିଅନ୍‌ଙ୍କ ...

  • କୋଚିଂ ସେଣ୍ଟରରେ ନିଆଁ ଲାଗି ଜୀଅନ୍ତା ...

  • ଇରାନ କେବେ ଆମେରିକୀୟମାନଙ୍କୁ ବିଶ୍ୱାସ ...

  • ଅପରାଧୀଙ୍କୁ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ...

  • ୫୨ ବର୍ଷରେ ପାଦ ଥାପିଲେ ବିଜୟ

Home ›› ››ପ୍ରାଚୀନ ଭାରତୀୟ ଜ୍ଞାନ କୌଶଳକୁ ଲୋକଲେଚନକୁ ଆଣିବା ପାଇଁ ସମୟ ଆସିଛି

ପ୍ରାଚୀନ ଭାରତୀୟ ଜ୍ଞାନ କୌଶଳକୁ ଲୋକଲେଚନକୁ ଆଣିବା ପାଇଁ ସମୟ ଆସିଛି

2021-04-11 05:53:12
14141
Share:
Facebook
Twitter
E-Mail
WhatsApp
Telegram
ପ୍ରାଚୀନ ଭାରତୀୟ ଜ୍ଞାନ କୌଶଳକୁ ଲୋକଲେଚନକୁ ଆଣିବା ପାଇଁ ସମୟ ଆସିଛି
ଭୁବନେଶ୍ୱର : ପ୍ରାୟ ଦୁଇ ଶତାବ୍ଦୀ ଧରି ଭାରତୀୟମାନଙ୍କ ମନସ୍ତତ୍ୱରେ ଗୋଟିଏ ବିଷୟ ବସା ବାନ୍ଧି ରହିଛି ଯେ ସମସ୍ତ ବୈଜ୍ଞାନିକ ତତ୍ୱର ଉତ୍ପତି ଓ ବିକାଶ କେବଳ ପାଶ୍ଚାତ୍ୟ ଦେଶଗୁଡ଼ିକରେ ଘଟିଛି ଓ ଭାରତ ଭଳି ଅଣ-ପାଶ୍ଚାତ୍ୟ ଦେଶରେ ବିଜ୍ଞାନ ବୋଲି ବିଶେଷ କିଛି ନ ଥିଲା । କିନ୍ତୁ ପ୍ରାଚୀନ ଭାରତୀୟ ବୈଜ୍ଞାନିକ ଜ୍ଞାନ କୌଶଳର ଉପଯୋଗୀତାକୁ ଲୋକଲୋଚନକୁ ଆଣି ଶିକ୍ଷା ବ୍ୟବସ୍ଥାରେ ସାମିଲ କରିବା ନିମନ୍ତେ ସମୟ ଆସିଛି । ଇଣ୍ଡିଆନ୍ ନଲେଜ ସିଷ୍ଟମ (ଆଇକେଏସ୍‌) ବା ଭାରତୀୟ ଜ୍ଞାନ କୌଶଳର ଧାରାକୁ ଏବେ ଏକ ବିକଳ୍ପ ଭାବେ ଗ୍ରହଣ କରି ଶିକ୍ଷା ବ୍ୟବସ୍ଥାରେ ଅନ୍ତୁର୍ଭୁକ୍ତ କରିବା ଆବଶ୍ୟକ ବୋଲି ଖଡ଼ଗପୁର ସ୍ଥିତ ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲଜିର ଡିପାର୍ଟମେଂଟ ଅଫ୍ ହ୍ୟୁମାନିଟିଜ୍ ଆଣ୍ଡ ସୋସିଆଲ୍ ସାଇନ୍‌ସେସ୍‌ର ଅଧ୍ୟାପକ ପ୍ରଫେସର ଅନୁରାଧା ଚୌଡରି କହିଛନ୍ତି । ଆଜି ଶିକ୍ଷା ଓ ଅନୁସନ୍ଧାନ ଡିମ୍‌ଡ ବିଶ୍ୱବିଦ୍ୟାଳୟରେ ଆଇକେଏସ୍‌କୁ ପୁଣି ଥରେ ଜନମାନସକୁ ଫେରାଇ ଆଣିବା ନିମନ୍ତେ ଶିକ୍ଷା ବ୍ୟବସ୍ଥାରେ ସାମିଲ କରିବା ନେଇ ସୋଆର ଶୀର୍ଷ ନେତୃତ୍ୱ ସଙ୍ଗରେ ପ୍ରଫେସର ଚୌଡରୀ ଓ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ୍ ଅଧ୍ୟାପକ ପ୍ରଫେସର ରିଚା ଚୋପ୍ରା ଆଲୋଚନା ସମୟରେ ମତ ପ୍ରକାଶ କରିଥିଲେ । ସୋଆରେ କାର୍ଯ୍ୟ କରୁଥିବା ସୋଆ ସେଂଟର୍ ଫର ପ୍ରିଜରଭେସନ୍‌, ପ୍ରୋପାଗେସନ୍ ଆଣ୍ଡ ରେଷ୍ଟୋରେସନ୍ ଅଫ୍ ଆନ୍‌ସିଏଂଟ କଲ୍‌ଚର୍ ଆଣ୍ଡ ହେରିଟେଜ୍ ଅଫ୍ ଇଣ୍ଡିଆ (ପ୍ରାଚୀନ୍‌) ପକ୍ଷରୁ ଇଣ୍ଡିଆନ୍ ନଲେଜ ସିଷ୍ଟମ୍‌କୁ ନେଇ ଏକ ଉତ୍କର୍ଷ କେନ୍ଦ୍ର ସ୍ଥାପନ କରିବା ନିମନ୍ତେ ଯୋଜନା ରହିଛି । ସୋଆ କୁଳପତି ପ୍ରଫେସର ଅଶୋକ କୁମାର ମହାପାତ୍ର ଏହି ସଭାରେ ସଭାପତିତ୍ୱ କରିଥିବା ବେଳେ ସୋଆ ଆଡଭାଇଜରି ବୋର୍ଡର ଅଧ୍ୟକ୍ଷ ପ୍ରଫେସର ଦାମୋଦର ଆଚାର୍ଯ୍ୟ, ସୋଆର ଚିଫ୍ କନ୍‌ସଲ୍‌ଟାଂଟ ପ୍ରଫେସର ରାଜେନ୍ଦ୍ର ପ୍ରସାଦ ମହାନ୍ତି, ସୋଆ ପ୍ରୋ-ଭାଇସ୍ ଚାନ୍‌ସେଲର୍ ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, କଂଟ୍ରୋଲର ଅଫ୍ ଏକ୍‌ଜାମିନେସନ୍ ପ୍ରଫେସର ମଞ୍ଜୁଳା ଦାସ, ଡିନ୍ (ଛାତ୍ରମଙ୍ଗଳ) ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, ବିଭିନ୍ନ ଅନୁଷ୍ଠାନର ଡିନ୍‌, ୟୁନିଭର୍ସିଟି ଆଉଟରିଚ୍ ପ୍ରୋଗ୍ରାମର ନିର୍ଦ୍ଦେଶକ ପ୍ରଫେସର ନଚିକେତା ଶର୍ମା ଓ ପ୍ରାଚୀନର ମୁଖ୍ୟ ଡଃ ଗାୟତ୍ରୀବାଳା ପଣ୍ଡା ଉପସ୍ଥିତି ଥିଲେ । ପ୍ରଫେସର ଚୌଡରୀ କହିଲେ ଯେ ୨୦୨୦ ନୂତନ ଶିକ୍ଷା ନୀତିରେ ଇଣ୍ଡିଆନ୍ ନଲେଜ ସିଷ୍ଟମ୍‌କୁ ବିଶେଷ ଗୁରୁତ୍ୱ ଦିଆଯାଇଛି ଓ ବର୍ତମାନ ସମୟରେ ଶିକ୍ଷା, ସ୍ୱାସ୍ଥ୍ୟ ଓ ପରିବେଶ କ୍ଷେତ୍ରରେ ଏହାର ଉପଯୋଗୀତାକୁ ନେଇ ବିଶ୍ଳେଷଣ କରିବା ନିମନ୍ତେ ଆବଶ୍ୟକତା ରହିଛି । ପ୍ରଫେସର ଚୋପ୍ରା କହିଥିଲେ ଯେ ସୋଆ ଓଡ଼ିଶା ପରିପ୍ରେକ୍ଷୀରେ ଏହି ବିଷୟକୁ ଆଲୋଚନା କରିବା ଉଚିତ୍ । ଏହାଛଡ଼ା ଆଇକେଏସ୍ ଉପରେ ଏକ ଗବେଷଣା କେନ୍ଦ୍ର ସ୍ଥାପନ କରାଯାଇପାରେ । ଡକ୍ଟର ପଣ୍ଡା କହିଲେ ଯେ ପ୍ରାଚୀନ୍ ମାତ୍ର ଦୁଇ ବର୍ଷରୁ କମ୍ ସମୟରେ ଆରମ୍ଭ ହୋଇଥିଲେ ମଧ୍ୟ ଏହା ଦୁଇଟି ଗୁରତ୍ୱପୂର୍ଣ୍ଣ କାର୍ଯ୍ୟ ହାତକୁ ନେଇପାରିଛି ଓ ଆଗକୁ ଓଡ଼ିଶାର ଆଦିବାସୀ ରୀତିନୀତିକୁ ନେଇ ଗବେଷଣା କରିବାର ଯୋଜନା ରହିଛି ।
Tags SOA UNIVERSITY

Related articles Odisha News Lens 4.1

  • କେନ୍ଦ୍ରମନ୍ତ୍ରୀ ଜର୍ଜ କୁରିଅନ୍‌ଙ୍କ ଇସ୍ତଫା
    ରାଜନୀତି

    କେନ୍ଦ୍ରମନ୍ତ୍ରୀ ଜର୍ଜ କୁରିଅନ୍‌ଙ୍କ ଇସ୍ତଫା

    15867
    Jun 23, 2026
  • କୋଚିଂ ସେଣ୍ଟରରେ ନିଆଁ ଲାଗି ଜୀଅନ୍ତା ଜଳିଗଲେ ୧୫ ପିଲା
    ଦେଶ-ଦେଶାନ୍ତର

    କୋଚିଂ ସେଣ୍ଟରରେ ନିଆଁ ଲାଗି ଜୀଅନ୍ତା ଜଳିଗଲେ ୧୫ ପିଲା

    13822
    Jun 23, 2026
  • ଅପରାଧୀଙ୍କୁ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ କଡ଼ା ଚେତାବନୀ: ଝିଅମାନଙ୍କୁ ଦୁର୍ବ୍ୟବହାର ...
    ଦେଶ-ଦେଶାନ୍ତର

    ଅପରାଧୀଙ୍କୁ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ କଡ଼ା ଚେତାବନୀ: ଝିଅମାନଙ୍କୁ ଦୁର୍ବ୍ୟବହାର ...

    15008
    Jun 22, 2026
  • ଇରାନ କେବେ ଆମେରିକୀୟମାନଙ୍କୁ ବିଶ୍ୱାସ କରିନାହିଁ
    ଦେଶ-ଦେଶାନ୍ତର

    ଇରାନ କେବେ ଆମେରିକୀୟମାନଙ୍କୁ ବିଶ୍ୱାସ କରିନାହିଁ

    15241
    Jun 23, 2026
  • ଇରାନ ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କଲେ ନିମନ୍ତ୍ରଣ
    ଦେଶ-ଦେଶାନ୍ତର

    ଇରାନ ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କଲେ ନିମନ୍ତ୍ରଣ

    15291
    Jun 24, 2026
  • ଭୁଶୁଡ଼ିଲା ନିର୍ମାଣାଧୀନ ତିନି ମହଲା ଗୋଦାମ ଘର, ୬ ଶ୍ରମିକ ମୃତ
    ଦେଶ-ଦେଶାନ୍ତର

    ଭୁଶୁଡ଼ିଲା ନିର୍ମାଣାଧୀନ ତିନି ମହଲା ଗୋଦାମ ଘର, ୬ ଶ୍ରମିକ ମୃତ

    14673
    Jun 24, 2026
  • ୫୨ ବର୍ଷରେ ପାଦ ଥାପିଲେ ବିଜୟ
    ଦେଶ-ଦେଶାନ୍ତର

    ୫୨ ବର୍ଷରେ ପାଦ ଥାପିଲେ ବିଜୟ

    15751
    Jun 22, 2026
  • ଦୈନନ୍ଦିନ ଖାଦ୍ୟ ତାଲିକାରେ ସାମିଲ କରନ୍ତୁ କଖାରୁ ଫୁଲ, ମିଳିବ ଏହି ଫାଇଦା
    ବିଶେଷ

    ଦୈନନ୍ଦିନ ଖାଦ୍ୟ ତାଲିକାରେ ସାମିଲ କରନ୍ତୁ କଖାରୁ ଫୁଲ, ମିଳିବ ଏହି ଫାଇଦା

    14964
    Jun 24, 2026
  • ଟେଲିଗ୍ରାମ ଉପରୁ ହଟିଲା ପ୍ରତିବନ୍ଧକ
    ଦେଶ-ଦେଶାନ୍ତର

    ଟେଲିଗ୍ରାମ ଉପରୁ ହଟିଲା ପ୍ରତିବନ୍ଧକ

    14119
    Jun 23, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଇରାନ ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କଲେ ନିମନ୍ତ୍ରଣ

    15291
    Jun 24, 2026
  • ଦେଶ-ଦେଶାନ୍ତର

    କୋଚିଂ ସେଣ୍ଟରରେ ନିଆଁ ଲାଗି ଜୀଅନ୍ତା ଜଳିଗଲେ ୧୫ ପିଲା

    13822
    Jun 23, 2026
  • ଦେଶ-ଦେଶାନ୍ତର

    ଇରାନ କେବେ ଆମେରିକୀୟମାନଙ୍କୁ ବିଶ୍ୱାସ କରିନାହିଁ

    15241
    Jun 23, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    16942
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17560
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17610
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18006
    Sep 06, 2023

ବିଶେଷ

  • ଦୈନନ୍ଦିନ ଖାଦ୍ୟ ତାଲିକାରେ ସାମିଲ କରନ୍ତୁ କଖାରୁ ଫୁଲ, ମିଳିବ ଏହି ଫାଇଦା

    14964
    Jun 24, 2026
  • ଇଣ୍ଡକସନରେ ଖାଦ୍ୟ ରୋଷେଇ କରୁଥିଲେ ଏହିସବୁକୁ ଦିଅନ୍ତୁ ଧ୍ୟାନ

    15132
    Jun 22, 2026
  • ରାତିରେ ଶୋଇବା ପୂର୍ବରୁ ଗାଧୋଇଲେ ମିଳିଥାଏ ଏହିସବୁ ଲାଭ

    14993
    Jun 21, 2026
  • ମସ୍ତିଷ୍କକୁ ବୟସ୍କ କରିଦିଏ ରାଗ

    15631
    Jun 20, 2026
  • ଅଧିକ ପିଆଜ ଖାଇଲେ କଣ କଣ ହୋଇଥାଏ ଜାଣନ୍ତୁ....

    14496
    Jun 19, 2026

ବାଣିଜ୍ୟ

ଜେରାଇ ଫିଟ୍‌ନେସ୍‌ ଲିମିଟେଡ (“ଜେରାଇ ଫିଟ୍‌ନେସ୍‌”) ରିବକ୍‌ର ଭାରତର ଶକ୍ତି, ଧୈର୍ଯ୍ୟ ଓ ମାନସିକ ଦୃଢତାର ପରୀକ୍ଷା ଦ୍ୱାରା ସଶକ୍ତ ‘ଲାଷ୍ଟ ୱାନ୍‌ ଷ୍ଟାଣ୍ଡିଂ’ ଶୁଭାରମ୍ଭ କଲା

ମୁମ୍ବାଇ, ଭାରତ । ଜୁନ ୧୬, ୨୦୨୬: ଭାରତରେ ଫିଟ୍‌ନେସ୍‌ ଉପକରଣର ସ୍ୱୟଂଚାଳିତ ଉତ୍ପାଦନ କ୍ଷେତ୍ରରେ ଏକ ଅଗ୍ରଣୀ କମ୍ପାନୀ ଜେରାଇ ଫିଟ୍‌ନେସ୍‌ ଲିମିଟେଡ ରିବକ୍‌କୁ ଏହାର ପଣ୍ୟଦ୍ରବ୍ୟ ଓ ...

  • ଖିମଜୀ ଜୁଏଲର୍ସ ପକ୍ଷରୁ ମହା ଆଡ଼ମ୍ବରରେ ସହ ସାରା ଓଡ଼ିଶାରେ “ରଜ ମଉଜ’ ପାଳନ

    13784
    Jun 16, 2026
  • ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

    14874
    Apr 01, 2026
  • ସୁନା୬,୭୦୦ ଟଙ୍କା କମିଲା

    15489
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15240
    Mar 22, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଭୁଶୁଡ଼ିଲା ନିର୍ମାଣାଧୀନ ତିନି ମହଲା ଗୋଦାମ ଘର, ୬ ଶ୍ରମିକ ମୃତ

    14673
    Jun 24, 2026
  • ଅପରାଧୀଙ୍କୁ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ କଡ଼ା ଚେତାବନୀ: ଝିଅମାନଙ୍କୁ ଦୁର୍ବ୍ୟବହାର କଲେ ସିଧା ଯମରାଜଙ୍କ ପାଖକୁ ଯିବ

    15008
    Jun 22, 2026
  • କୋଚିଂ ସେଣ୍ଟରରେ ନିଆଁ ଲାଗି ଜୀଅନ୍ତା ଜଳିଗଲେ ୧୫ ପିଲା

    13822
    Jun 23, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In