ବ୍ୟାପିବାରେ ଲାଗିଛି ଅଜଣା ଜ୍ୱର, ଗ୍ରାମରେ ୪ଜଣିଆ ଡାକ୍ତରୀ ଦଳ

ଭୁବନେଶ୍ବର: ଘରେ ଘରେ ଜ୍ୱରରେ ଆକ୍ରାନ୍ତ ହୋଇ ପଡି ରହିଛନ୍ତି ରୋଗୀ । ଗାଁର ପ୍ରତ୍ୟେକ ଘରେ ଦୁଇ ଜଣ ଲେଖାଏଁ ଆକ୍ରନ୍ତ ହୋଇଥିବା ଜଣାପଡିଛି । ଯେଉଁମାନଙ୍କ ବୟସ ୬୦ରୁ ୭୦ବର୍ଷ ହେବ । ପାଖରେ ଅର୍ଥ ନଥିବାରୁ ଚିକିତ୍ସା ପାଇଁ ମେଡିକାଲ ମଧ୍ୟ ଯାଇପାରୁ ନାହାଁନ୍ତି । ପ୍ରାୟ ୭ଦିନ ହେଲାଣି ରାୟଗଡା ଜିଲ୍ଲା କୋଲନରା ବ୍ଳକ ଗାଡିଶେସଖାଲ ପଚାଂୟତ ଅନ୍ତର୍ଗତ ବିନିଶପୁର ଗାଁରେ ଏଭଳି ଅଜଣା ଜ୍ୱର ବ୍ୟାପିବାରେ ଲାଗିଛି ।
ଗ୍ରାମବାସୀଙ୍କ ସୂଚନା ଅନୁସାରେ ଏହି ଜ୍ୱର ହେବା ଦ୍ୱାରା ଗୋଡ଼ ହାତ, ମୁଣ୍ଡ ସହ ଛାତି ଓ ପେଟରେ ଭୀଷଣ ବ୍ୟଥା ହେଉଛି । ଏପରିକି ଚାଲିବା ମଧ୍ୟ କଷ୍ଟକର ହୋଇପଡୁଥିବାରୁ କିଛି ଖାଦ୍ୟ ଖାଇବାକୁ ଇଚ୍ଛା ହେଉନାହିଁ । ଔଷଧ ଦୋକାନରୁ କହି ଔଷଧ ଆଣି ଖାଇବା ଦ୍ୱାରା ଜ୍ୱର କିଛି ସମୟ ପାଇଁ କମିଯାଉଥିବା ବେଳେ ପୁଣି କିଛି ସମୟରେ ଜ୍ୱର ହେଉଛି । ଜ୍ୱରରେ ଗୁରୁତର ହୋଇ ତିନି ଜଣ ରାୟଗଡା ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି ।
Powered by Froala Editor