ଦୁଇ ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲା: ଫେରାର ବେଳେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୁଲିସ

ବ୍ରହ୍ମପୁର: ବ୍ରହ୍ମପୁରରେ ଦୁଇ ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲାରେ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ । ୪ ଅଭିଯୁକ୍ତମାନେ ବିଶାଖାପାଟଣା ଫେରାର ହେଉଥିବା ବେଳେ ଆନ୍ଧ୍ରରୁ ସେମାନଙ୍କୁ ଗୋଳନ୍ଥରା ଥାନା ପୁଲିସ ଗିରଫ କରିଛି । ବନ୍ଧୁତା ସ୍ଥାପନ କରି ବିଶ୍ୱାସ ଜନ୍ମାଇ ଯୁବକ ଜଣଙ୍କ ଦୁଷ୍କର୍ମ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା । ଗିରଫ ପରେ ୪ଜଣଙ୍କୁ କୋର୍ଟ ଚାଲାଣ କରିଛି ପୁଲିସ । ଅଭିଯୁକ୍ତମାନେ ଗୋଳନ୍ଥରା ଥାନା ଅଞ୍ଚଳର ଶିବା, କେ.ସାଇ, ଜି. ଗେରେୟା ଓ ଏନ ଶ୍ରିନୁ । ସେପଟେ ମାମଲାରେ ଆଜି ଏସପିଙ୍କୁ ଭେଟିଥିଲେ ବିଜେଡି ପ୍ରତିନିଧି ଦଳ । ପୀଡିତାଙ୍କୁ ନ୍ୟାୟ ପ୍ରଦାନ ଦାବିରେ ଏସପିଙ୍କୁ ଭେଟି ଆଲୋଚନା କରିଥିଲେ ।
Powered by Froala Editor