ଯୋଗାଣ ମନ୍ତ୍ରୀଙ୍କ ଗାଡିକୁ ଧକ୍କା ଦେଲା ଟ୍ରକ
ଭୁବନେଶ୍ବର: ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। କଟକ ଜିଲା ବାରଙ୍ଗର ଷଣ୍ଢପୁର ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି। ମନ୍ତ୍ରୀଙ୍କ କାରକୁ ଏକ ଟ୍ରକ ଧକ୍କା ଦେବା ଫଳରେ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା।
ତେବେ ଏହି ଦୁର୍ଘଟଣାରେ କାହାର କିଛି କ୍ଷତି ହୋଇ ନ ଥିବା ସୂଚନା ମିଳିଛି। ଗାଡ଼ିର ସମ୍ମୁଖ ଭାଗ କ୍ଷତିଗ୍ରସ୍ତ ହୋଇଛି।
Powered by Froala Editor