‘ରାମାୟଣ’ରେ ମୋହିତ : ସୁପରଷ୍ଟାରଙ୍କ ଉପରେ ଭାରୀ ପଡ଼ିବେ ଟେଲି ଅଭିନେତା

ନିର୍ଦ୍ଦେଶକ ନିତେଶ ତିୱାରୀଙ୍କ ଆଗାମୀ ଫିଲ୍ମ 'ରାମାୟଣ'ରେ ଟେଲି ଅଭିନେତା ମୋହିତ ରୈନା ଫିଲ୍ମ ପ୍ରବେଶ କରିଛନ୍ତି। ମୋହିତ ଏହି ଫିଲ୍ମରେ ଭଗବାନ ଶିବ ଭୂମିକାରେ ନଜର ଆସିବେ। ଏହି ଅଭିନେତା ପୂର୍ବରୁ ଅନେକ ଟିଭି ସୋ'ରେ ମହାଦେବ ଭୂମିକାରେ ଅଭିନୟ କରିସାରିଛନ୍ତି। ମହାଦେବ ଭାବରେ ତାଙ୍କୁ ଲୋକପ୍ରିୟତା ମିଳିଥିବାରୁ ଫିଲ୍ମ ପାଇଁ ତାଙ୍କ ନାମ ଚୂଡ଼ାନ୍ତ ହୋଇଛି।
'ରାମାୟଣ'ରେ ସୁପରଷ୍ଟାର ରଣବୀର କପୁର ପ୍ରଭୁ ଶ୍ରୀରାମ ଭୂମିକାରେ ଅଭିନୟ କରିବେ। ଏହା ସହିତ ଫିଲ୍ମରେ ରାବଣ ଚରିତ୍ରରେ କେଜିଏଫ୍ ଷ୍ଟାର ୟଶ ନଜର ଆସିବା ସହ ମାତା ସୀତାଙ୍କ ଚରିତ୍ରରେ ବଲିଉଡରେ ଡେବ୍ୟୁ କରିବେ ଅଭିନେତ୍ରୀ ସାଇ ପଲ୍ଲବୀ। ଏହାର ଖୁଲାସା କିଛି ମାସ ତଳେ ହୋଇସାରିଥିବା ବେଳେ ଏବେ ମୋହିତ ରୈନାଙ୍କୁ ମଧ୍ୟ ଫିଲ୍ମରେ ସୁଯୋଗ ମିଳିିଥିବା ଜଣାଯାଇଛି।
ମୋହିତ ରୈନାଙ୍କ ଫିଲ୍ମରେ ପ୍ରବେଶ ନେଇ ତାଙ୍କ ପ୍ରଶଂସକମାନେ ବହୁତ ଖୁସି ହୋଇଛନ୍ତି। ସୋସିଆଲ ମିଡିଆରେ ଜଣେ ବ୍ୟବହାରକାରୀ ଲେଖିଛନ୍ତି, 'ଏବେ ଜଣେ ଟିଭି ଅଭିନେତା ଦୁଇ ସୁପରଷ୍ଟାରଙ୍କ ଉପରେ ଭାରୀ ପଡ଼ିବେ'।
Powered by Froala Editor