ଥାଇଲାଣ୍ଡର ଓପଲ ସୁଚତା ପିନ୍ଧିଲେ ବିଶ୍ଵ ସୁନ୍ଦରୀ ମୁକୁଟ

ଥାଇଲାଣ୍ଡର ଓପଲ ସୁଚତା ଚୁଆଙ୍ଗଶ୍ରୀ ପ୍ରାୟ ୧୧୦ଟି ଦେଶର ପ୍ରତିଯୋଗୀଙ୍କୁ ପଛରେ ପକାଇ ୨୦୧୫ର ବିଶ୍ଵ ସୁନ୍ଦରୀ ମୁକୁଟ ପିନ୍ଧିଛନ୍ତି । ହାଇଦ୍ରାବାଦର ହିଟେକ୍ସ କନଭେନସନ ସେଣ୍ଟରରେ ଆୟୋଜିତ ଗ୍ରାଣ୍ଡ ଫିନାଲେ ପର୍ଯ୍ୟାୟରେ ଓପଲ ମିସ୍ ଓ୍ବାର୍ଲ୍ଡ ୨୦୨୫ ଟାଇଟଲ ହାତେଇବାରେ ସଫଳ ହୋଇଛନ୍ତି। ଭାରତର ନନ୍ଦିନୀ ଗୁପ୍ତା ଟାଇଟଲ ଆଶାୟୀ ରହିଥିଲେ। ହେଲେ ଚୂଡ଼ାନ୍ତ ୮ରୁ ସେ ବାହାର ହୋଇଯାଇଥିଲେ।
୨୦୨୪ ମସିହାର ମିସ୍ ୱାର୍ଲ୍ଡ ବିଜେତା କ୍ରିଷ୍ଟିନା ପିସ୍କୋଭା ଓପଲ ସୁଚତାଙ୍କୁ ମୁକୁଟ ପିନ୍ଧାଇଥିଲେ। କ୍ରିଷ୍ଟିନା ପିସ୍କୋଭା ଚେକ୍ ଗଣରାଜ୍ୟର। ସେ ଗତ ବର୍ଷ ଏହି ମୁକୁଟ ଜିତିଥିଲେ, ଯାହାକୁ ଏବର୍ଷ ଓପଲ ସୁଚତା ଜିତିଛନ୍ତି। ସୁନ୍ଦର ମୁକୁଟ ସହିତ, ଓପଲ ମଧ୍ୟ ୧ ମିଲିୟନ ଡଲାର ଅର୍ଥାତ୍ ପ୍ରାୟ ୮.୫ କୋଟି ଟଙ୍କା ଭାରତୀୟ ଟଙ୍କା ଜିତିଛନ୍ତି। ଏହି ରାଶି ବିଜେତାଙ୍କୁ ମିସ୍ ୱାର୍ଲ୍ଡ ସଂଗଠନ ଏବଂ ଏହାର ଅଂଶୀଦାରମାନେ ପୁରସ୍କାର ରାଶି ଭାବରେ ପ୍ରଦାନ କରନ୍ତି।
ସୁଚାତା ଚୁଆଙ୍ଗ୍ ୨୦୦୩ ସେପ୍ଟେମ୍ବର ୨୦ରେ ଥାଇଲାଣ୍ଡରେ ଜନ୍ମଗ୍ରହଣ କରିଛନ୍ତି। ସେ ଥାଇଲାଣ୍ଡର ଜଣେ ପ୍ରସିଦ୍ଧ ମଡେଲ ସାଙ୍ଗକୁ ଥାଇ ବ୍ୟୁଟି ପିଜାଣ୍ଟ ଟାଇଟଲ ହାସଲ କରିଛନ୍ତି। ମିସ୍ ଓ୍ବାର୍ଲ୍ଡ ଟାଇଟଲ ହାସଲ କରିବାରେ ସୁଚାତା ହେଉଛନ୍ତି ଥାଇଲାଣ୍ଡର ପ୍ରଥମ ମହିଳା। ଏହା ପୂର୍ବରୁ ସେ ମିସ୍ ୟୁନିଭର୍ସ ଥାଇଲାଣ୍ଡ ୨୦୨୪ ଟାଇଟଲ ଜିତିଥିଲେ। ଏହାବ୍ୟତୀତ ସେ ୨୦୨୪ ମିସ୍ ୟୁନିଭର୍ସ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ୩ୟ ରନର୍ସଅପ ରହିଥିଲେ। ସୁଚାତା ଜଣେ ବ୍ୟବସାୟୀ ପରିବାରରୁ ଆସିଛନ୍ତି। ରାଜନୀତି(ପଲିଟିକ୍ସ) ଏବଂ ଇଣ୍ଟରନ୍ୟାସନାଲ ରିଲେସନ୍ସରେ ସେ ଡିଗ୍ରୀ ହାସଲ କରିଛନ୍ତି।
ଅନ୍ୟପଟେ ୨୧ ବର୍ଷୀୟା ଭାରତୀୟ ଯୁବତୀ ନନ୍ଦିନୀ ଗୁପ୍ତା ଚଳିତ ମିସ୍ ଓ୍ବାର୍ଲ୍ହ ପ୍ରତିଯୋଗିତା ଟାଇଟଲ ପାଇଁ ଦାବିଦାର ରହିବେ ବୋଲି ଚର୍ଚ୍ଚା ହେଉଥିଲା। କିନ୍ତୁ ସେ ଚୂଡ଼ାନ୍ତ ୮ରୁ ବାଦ୍ ପଡ଼ିତିଲେ। ରାଜସ୍ଥାନର କୋଟା ସହର ନିବାସୀ ନନ୍ଦିନୀ ୨୦୨୩ରେ ଫେମିନା ମିସ୍ ଇଣ୍ଡିଆ ଓ୍ବାର୍ଲ୍ଡ ଟାଇଟଲ ହାତେଇଥିଲେ।
ଭାରତ ଏଥର ଏହି ପ୍ରତିଯୋଗିତାର ଆୟୋଜନ କରିଥିଲା। ଏହି କାର୍ଯ୍ୟକ୍ରମ ୭ ମଇରେ ହାଇଦ୍ରାବାଦର ହାଇଟେକ୍ସ ପ୍ରଦର୍ଶନୀ କେନ୍ଦ୍ରରେ ଆରମ୍ଭ ହୋଇଥିଲା। ପ୍ରାୟ ୨୪ ଦିନ ପରେ, ଏହା ୩୧ ମଇରେ ସମାପ୍ତ ହୋଇଥିଲା ।
Powered by Froala Editor