୨ପେଟି କଫ୍ ସିରଫ ଚୋରି, ଏଏସଆଇ ନିଲମ୍ବିତ
ଭୁବନେଶ୍ଵର: ମାଲଖାନାରୁ କଫ୍ ସିରଫ୍ ଚୋରି କରି ନିଲମ୍ବିତ ହୋଇଛନ୍ତି ଏଏସଆଇ । ଟାଉନ ଥାନାରେ କାର୍ଯ୍ୟରତ ଏଏସଆଇ ବିଦ୍ୟୁତ୍ ପଣ୍ଡାଙ୍କୁ ନିଲମ୍ବନ କରାଯାଇଛି । ମାଲଖାନାରୁ ଜବତ ୨ପେଟି କଫ୍ ସିରଫ ଚୋରି କରିଥିଲେ । କିଛି ଦିନ ତଳେ କନେଷ୍ଟବଳରୁ ଏଏସଆଇକୁ ପଦୋନ୍ନତି ପାଇଥିଲେ ବିଦ୍ୟୁତ ପଣ୍ଡା । କଫ୍ ସିରଫ ଚୋରି ନେଇ ଅଭିଯୋଗ ହେବା ପରେ ତୁରନ୍ତ ତାଙ୍କୁ ନିଲମ୍ବନ କରାଯାଇଛି ।
Powered by Froala Editor