Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Tuesday, May 05, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • କିଏ କେଉଁଠି ଆଗରେ ଜାଣନ୍ତୁ

  • ଆଜି କୋଲକାତାରେ ବିଜୟ ସେଲିବ୍ରେସନ ...

  • ବିଜୟ ଥାଲାପତିଙ୍କ ଘର ବାହାରେ ...

  • ୯୮ଟି ଆସନରେ ଆଗୁଆ କଂଗ୍ରେସ

  • ବିଚ୍ ରାସ୍ତାରେ ବର୍ବରତା : ପନିକିରେ ହାଣି ...

  • ଥିଏଟରକୁ ଆସିପାରେ ‘ସନା’

  • ଦୋଳି ଫାଶରେ ଚାଲିଗଲା ଜୀବନ

  • ଆଇଏଏସ୍ ଏକାଡେମୀ ନିର୍ଦ୍ଦେଶିକା ଶୁଭ୍ରା ...

  • ବିଜୟଙ୍କ ପାଇଁ ତିରୁପତି ପହଞ୍ଚିଲେ ତ୍ରିଶା

  • ତାମିଲନାଡୁରେ ଟିଭିକେ ମ୍ୟାଜିକ୍, ୧୦୦ ...

Home ›› ››ସାତକୋଶିଆ ଆଣିଛି ଖୁସି ଖବର: ୨୯ ଘଡିଆଳ ଶାବକଙ୍କ ଜନ୍ମ

ସାତକୋଶିଆ ଆଣିଛି ଖୁସି ଖବର: ୨୯ ଘଡିଆଳ ଶାବକଙ୍କ ଜନ୍ମ

2025-05-21 06:38:10
13681
Share:
Facebook
Twitter
E-Mail
WhatsApp
Telegram
ସାତକୋଶିଆ ଆଣିଛି ଖୁସି ଖବର: ୨୯ ଘଡିଆଳ ଶାବକଙ୍କ ଜନ୍ମ

ହରଭଙ୍ଗା : ବିରଳ ପ୍ରଜାତିର ଘଡିଆଳ କୁମ୍ଭୀର ପାଇଁ ପରିଚିତ ସାତକୋଶିଆ ଆଣିଛି ଆଉ ଏକ ଖୁସି ଖବର । ଗତ ୧୮ ତାରିଖରେ ସାତକୋଶିଆର ବଳଦମଡା ନିକଟରେ ଏକ ମାଈ ଘଡିଆଳ କୁମ୍ଭୀର ୨୯ଟି ଶାବକକୁ ଜନ୍ମ ଦେଇଛି । ୪୦ବର୍ଷର ବ୍ୟବଧାନ ପରେ ଏଥରକୁ ମିଶାଇ ଲଗାତର ୫ମ ଥର ପ୍ରାକୃତିକ ଆବସ ସ୍ଥଳୀରେ ଅଣ୍ଡା ଫୁଟାଇଛି ମା ଘଡିଆଳ । ଏଭଳି ଖୁସି ଖବର କେବଳ ସାତକୋଶିଆ ପାଇଁ ନୁହେଁ ସମଗ୍ର ଓଡିିଶା ପାଇଁ ଖୁସି ଆଣିଛି । ପ୍ରକାଶ ଯେ ସାତକୋଶିଆ ଗଣ୍ଡ ଅଭୟାରଣ୍ୟର ବଳଦମଡା ନିକଟରେ ଗତ ମାର୍ଚ୍ଚ ମାସରେ ଏକ ମାଈ ଘଡିଆଳ କୁମ୍ଭୀର ଅଣ୍ଡା ଦେଇଥିଲା ।ଅଣ୍ଡା ଦେବାର ଏକ ମାସ ପରେ ଛୁଆ ଫୁଟିବା କଥା । ମାତ୍ର ଅତ୍ୟଧିକ ଗରମ କାରଣରୁ ଅଣ୍ଡାରୁ ଛୁଆ ଫୁଟିବା ବିଳମ୍ବ ଘଟିଥିଲା । ଏହାକୁ ନେଇ ବନ୍ୟପ୍ରାଣୀ ବିଭାଗ ବିଚଳିତ ହୋଇପଡିଥିଲା । ଘଡିଆଳ ପ୍ରଜନନକୁ ଦୃଷ୍ଟିରେ ରଖି କୋରଏରିଆରେ ମାଛମରା,ଡଙ୍ଗା ଇତ୍ୟାଦି ଚଳାଚଳକୁ କଡାକି ବନ୍ଦ କରାଯାଇଥିଲା । ବିଳମ୍ବରେ ହେଉପଛେ ମାଈ ଘଡିଆଳ ୨୯ ଶାବକ ଜନ୍ମ ଦେବା ପରେ ସାତକୋଶିଆ ବନ୍ୟପ୍ରାଣୀ କର୍ମଚାରୀଙ୍କ ମଧ୍ୟରେ ଖୁସି ପ୍ରକାଶ ପାଇଛି । ପ୍ରକାଶ ଯେ ସାତକୋଶିଆ ଗଣ୍ଡ ଅଭୟାରଣ୍ୟର ମହାନଦୀ ବନ୍ୟପ୍ରାଣୀ ଅନୁଗୁଳ ବନଖଣ୍ଡ ଅଧିନରେ ଥିବା ଟିକରପଡାଠାରେ ୧୯୭୫ ମସିହାରେ ଘଡିଆଳ କୁମ୍ଭୀର ସଂରକ୍ଷଣ ପ୍ରକଳ୍ପ ଆରମ୍ଭ ହୋଇଥିଲା । ଏହାର ମୁଖ୍ୟ ଉଦେଶ୍ୟଥିଲା ମହାନଦୀର ପ୍ରାକୃତିକ ପରିବେଶରେ ଘଡିଆଡ କୁମ୍ଭୀର ବଂଶବୃଦ୍ଧି ।ଏହି ଉଦେଶ୍ୟରେ ଟିକରପଡାଠାରେ ଏକ କୁମ୍ଭୀର ଗବେଷଣା କେନ୍ଦ୍ର ସହିତ ସଂରକ୍ଷଣ କେନ୍ଦ୍ର ଖୋଲାଯାଇଥିଲା ।ମାତ୍ର ବିଭିନ୍ନ ସମୟରେ ବାହାରୁ ଅଣ୍ଡା ଅଣାଯାଇ ପ୍ରଜନନ ପରେ ବି ସାତକୋଶିଆରେ ଘଡିଆଳ ବଂଶବୃଦ୍ଧି ନଘଟିବା କାରଣ ଦିଗରେ ବିଶେଷଜ୍ଞମାନଙ୍କୁ ଚିନ୍ତାରେ ପକାଇଥିଲା । ୨୦୨୦ରେ ଘଡିଆଳ ବଂଶବୃଦ୍ଧିକୁ ଦୃଷ୍ଟିରେ ରଖି ପ୍ରାକୃତିକ ପ୍ରଜନନ ପାଇଁ କେତୋଟି ମାଈ ଏବଂ ପୁରୁଷ ଘଡିଆଳ ଗଣ୍ଡରେ ଛଡାଯାଇ ସେମାନଙ୍କ ଗତିବିଧି ଉପରେ କଡା ନଜର ରଖାଯାଇଥିଲା । ଶେଷରେ ୨୦୨୨ରେ ପ୍ରଥମଥର ପାଇଁ ଏକ ମାଈ ଘଡିଆଳ ସାତକୋଶିଆର ବଳଦମଡାଠାରେ ୨୮ଟି ଶାବକକୁ ଜନ୍ମ ଦେଇଥିଲା । ୨୦୨୨ ମେରେ ପୁଣି ମାଈ ଘଡିଆଳ କୁମ୍ଭୀର ୩୦ଟି ଶାବକକୁ ନେଇ ଖେଳୁଥିବା ଚିତ୍ର ବନ୍ୟପ୍ରାଣୀ ବିଭାଗ ଜାରିକରିଥିଲା । ଗତ ୨୦୨୩ ମେରେ ଘଡିଆଳ କୁମ୍ଭୀର ୩୫ଟି ଶାବକ ଜନ୍ମ ଦେଇଥିଲା ।ଲଗାତାର ଚତୁର୍ଥଥର ପାଇଁ ଗତ ୨୩ମେ ୨୦୨୪ରେ ଘଡିଆଳ କୁମ୍ଭୀର ୩୫ଟି ଶାବକ ଜନ୍ମ ଦେବା ସାତକୋଶିଆ ପାଇଁ ଖୁସିଖବର ଆଣିଛି ।ଲଗାତାର ପଂଚମଥର ପାଇଁ ଘଡିଆଳ କୁମ୍ଭୀର ଶାବକ ଜନ୍ମ ଦେବା ଘଟଣା ସାତକୋଶିଆରେ ଏହି ପ୍ରଜାତିର କୁମ୍ଭୀର ବଂଶବୃଦ୍ଧି ଦିଗରେ ସଫଳତା ଆଡକୁ ଗତିକରୁଥିବା ଜଣାପଡୁଛି । ।ପ୍ରତିବର୍ଷ ମେ ମାସରେ ସାତକୋଶିଆ ପାଇଁ ଘଡିଆଳ କୁମ୍ଭୀର ଖୁସି ଖବର ଆଣୁଥିବାରୁ ମେ ମାସ ସାତକୋଶିଆ ପାଇଁ ସ୍ୱତନ୍ତ୍ର ବୋଲି ମତପ୍ରକାଶ ପାଉଛି ।ବର୍ତମାନ ଘଡିଆଳ ଶାବକକଙ୍କ ସୁରକ୍ଷା ପାଇଁ ବନ୍ୟପ୍ରାଣୀ ବିଭାଗ ସ୍ୱତନ୍ତ୍ର ଦୃଷ୍ଟି ଦେଉଥିବା ନୟାଗଡ଼ ବନ୍ୟପ୍ରାଣୀ ଡି. ଏଫ. ଓ ଫଲଗୁନୀ ମଲ୍ଲିକ ସୂଚନା ଦେଇଛନ୍ତି ।

Powered by Froala Editor

Tags Satakosia

Related articles Odisha News Lens 4.1

  • ବିଜୟ ଥାଲାପତିଙ୍କ ଘର ବାହାରେ ସେଲିବ୍ରେସନ୍
    ଦେଶ-ଦେଶାନ୍ତର

    ବିଜୟ ଥାଲାପତିଙ୍କ ଘର ବାହାରେ ସେଲିବ୍ରେସନ୍

    15209
    May 04, 2026
  •  ଆଜି କୋଲକାତାରେ ବିଜୟ ସେଲିବ୍ରେସନ କରିବାକୁ ମନା
    ଦେଶ-ଦେଶାନ୍ତର

    ଆଜି କୋଲକାତାରେ ବିଜୟ ସେଲିବ୍ରେସନ କରିବାକୁ ମନା

    15155
    May 04, 2026
  • ବିଜୟଙ୍କ ପାଇଁ ତିରୁପତି ପହଞ୍ଚିଲେ ତ୍ରିଶା
    ଦେଶ-ଦେଶାନ୍ତର

    ବିଜୟଙ୍କ ପାଇଁ ତିରୁପତି ପହଞ୍ଚିଲେ ତ୍ରିଶା

    14594
    May 04, 2026
  • ତାମିଲନାଡୁରେ ଟିଭିକେ ମ୍ୟାଜିକ୍, ୧୦୦ ଅଙ୍କ କଲା ପାର୍
    ଦେଶ-ଦେଶାନ୍ତର

    ତାମିଲନାଡୁରେ ଟିଭିକେ ମ୍ୟାଜିକ୍, ୧୦୦ ଅଙ୍କ କଲା ପାର୍

    14777
    May 04, 2026
  • ବିଚ୍ ରାସ୍ତାରେ ବର୍ବରତା : ପନିକିରେ ହାଣି ବୁଲେଟ ଚଢ଼ାଇଦେଲେ
    ଜିଲ୍ଲା ପରିକ୍ରମା

    ବିଚ୍ ରାସ୍ତାରେ ବର୍ବରତା : ପନିକିରେ ହାଣି ବୁଲେଟ ଚଢ଼ାଇଦେଲେ

    15464
    May 04, 2026
  • ଆଇଏଏସ୍ ଏକାଡେମୀ ନିର୍ଦ୍ଦେଶିକା ଶୁଭ୍ରା ରଞ୍ଜନଙ୍କୁ ଅପହରଣ
    ଦେଶ-ଦେଶାନ୍ତର

    ଆଇଏଏସ୍ ଏକାଡେମୀ ନିର୍ଦ୍ଦେଶିକା ଶୁଭ୍ରା ରଞ୍ଜନଙ୍କୁ ଅପହରଣ

    14433
    May 04, 2026
  •  ୯୮ଟି ଆସନରେ ଆଗୁଆ କଂଗ୍ରେସ
    ଦେଶ-ଦେଶାନ୍ତର

    ୯୮ଟି ଆସନରେ ଆଗୁଆ କଂଗ୍ରେସ

    13713
    May 04, 2026
  • ଥିଏଟରକୁ ଆସିପାରେ ‘ସନା’
    ମନୋରଞ୍ଜନ

    ଥିଏଟରକୁ ଆସିପାରେ ‘ସନା’

    14144
    May 04, 2026
  • ଦୋଳି ଫାଶରେ ଚାଲିଗଲା ଜୀବନ
    ଜିଲ୍ଲା ପରିକ୍ରମା

    ଦୋଳି ଫାଶରେ ଚାଲିଗଲା ଜୀବନ

    15369
    May 04, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ୯୮ଟି ଆସନରେ ଆଗୁଆ କଂଗ୍ରେସ

    13713
    May 04, 2026
  • ଦେଶ-ଦେଶାନ୍ତର

    ତାମିଲନାଡୁରେ ଟିଭିକେ ମ୍ୟାଜିକ୍, ୧୦୦ ଅଙ୍କ କଲା ପାର୍

    14777
    May 04, 2026
  • ଦେଶ-ଦେଶାନ୍ତର

    କିଏ କେଉଁଠି ଆଗରେ ଜାଣନ୍ତୁ

    14127
    May 04, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17455
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17506
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17861
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16335
    Apr 03, 2021

ବିଶେଷ

  • ଘଣ୍ଟା ଘଣ୍ଟା ଧରି ଏସି ଚାଲିଲେ ହୋଇଥାଏ ଏମିତି ଅସୁବିଧା

    14910
    May 03, 2026
  • ଖରାଦିନେ ଆଖୁ ରସ ପିଇବା ଲାଭ କି କ୍ଷତି ଜାଣନ୍ତୁ.....

    13819
    May 02, 2026
  • ଏପରି ନିଅନ୍ତୁ ନିଜର ଯତ୍ନ

    14040
    May 01, 2026
  • ମସ୍ତିଷ୍କକୁ ଗ୍ଲୁକୋଜ୍ ଯୋଗାଇଥାଏ ସକାଳ ଜଳଖିଆ

    14231
    Apr 30, 2026
  • ଶରୀରରେ ଇନ୍‌ସୁଲିନ୍‌କୁ ନିୟନ୍ତ୍ରଣରେ ରଖେ ହଳଦୀ

    16097
    Apr 28, 2026

ବାଣିଜ୍ୟ

ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

ଆମେରିକା ସେନା ଇରାନ ଛାଡ଼ିବା ନେଇ ଟ୍ରମ୍ପଙ୍କ ଘୋଷଣା ପରେ ଉଛୁଳିଛି ସେୟାର ବଜାର ।  ବଜାର ଖୋଲିବାରୁ ସେନ୍‌ସେକ୍ସ ୧,୬୦୦ ପଏଣ୍ଟ୍ ବୃଦ୍ଧି ପାଇଥିଲା ପରେ ଏହା ୧୮୦୦ ପଏଣ୍ଟ ବୃଦ୍ଧି ପାଇଛି । ସେହିପରି ନିଫ୍ଟି ୫୦୦ ପଏଣ୍ଟ୍ ଉପରକୁ ଉଠିଛି । ନିଫ୍ଟି ୨୨ ହଜାର ୮୦୦ ପଏଣ୍ଟ ଉପରେ ରହିଥିବା ବେଳେ ସେନସେକ୍ସ ୭ ...

  • ସୁନା୬,୭୦୦ ଟଙ୍କା କମିଲା

    15374
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15109
    Mar 22, 2026
  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15605
    Mar 22, 2026
  • ୨୭୮୦ ଟଙ୍କା ଶସ୍ତା ହେଲା ସୁନା

    13918
    Mar 20, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଦୋଳି ଫାଶରେ ଚାଲିଗଲା ଜୀବନ

    15369
    May 04, 2026
  • ବିଜୟ ଥାଲାପତିଙ୍କ ଘର ବାହାରେ ସେଲିବ୍ରେସନ୍

    15209
    May 04, 2026
  • ବିଚ୍ ରାସ୍ତାରେ ବର୍ବରତା : ପନିକିରେ ହାଣି ବୁଲେଟ ଚଢ଼ାଇଦେଲେ

    15464
    May 04, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In