କାରଖାନାରେ ଭୀଷଣ ଅଗ୍ନିକାଣ୍ଡ, ୮ ମୃତ

ନୂଆଦିଲ୍ଲୀ : ମହାରାଷ୍ଟ୍ରରେ ସୋଲାପୁରର ଏମ୍ଆଇଡିସି କ୍ଷେତ୍ରରେ ସ୍ଥିତ ଏକ କାରଖାନାରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି । ଏହି ଅଘଟଣରେ ପ୍ରାୟ ୮ ଜଣଙ୍କ ମୃତ୍ୟୁ ଘଟିଥିବା ଖବର ସାମ୍ନାକୁ ଆସିଛି । ନିଆଁ ଲାଗିବା ନେଇ ଖବର ପାଇବା ମାତ୍ରେ ପୁଲିସ ଓ ଦମକଳ କର୍ମଚାରୀ ସେଠାରେ ପହଞ୍ଚି ଦୀର୍ଘ ସମୟ ଧରି ଚେଷ୍ଟା କରିବା ପରେ ନିଆଁକୁ ଆୟତ୍ତ କରିଥିଲେ । କିଛି ଅଗ୍ନିଶମ କର୍ମଚାରୀ ଏହି ସମୟରେ ଆହତ ହୋଇଥିବା ମଧ୍ୟ କୁହାଯାଉଛି । ନିଆଁକୁ କାବୁ କରିବାକୁ ପ୍ରାୟ ୫ ରୁ ୬ ଘଣ୍ଟା ସମୟ ଲାଗି ଥିଲା । ପୁଲିସ ଓ ଦମକଳ କର୍ମଚାରୀ କାରଖାନା ଭିତରେ ଫସି ରହିଥିବା ଲୋକଙ୍କୁ ପ୍ରଥମେ ଉଦ୍ଧାର କରିବା ଆରମ୍ଭ କରିଥିଲେ । ଆହତଙ୍କୁ ନିକଟସ୍ଥ ହସ୍ପିଟାଲ ପଠାଇଥିଲେ । କାରଖାନାର ମାଲିକ ସହ ମୋଟ ୮ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ପୁଲିସ ପକ୍ଷରୁ ସୂଚନା ମିଳିଥିଲା । ମୃତକଙ୍କ ମଧ୍ୟରେ କିଛି ମହିଳା କର୍ମଚାରୀ ମଧ୍ୟ ଅଛନ୍ତି । ସର୍ଟ ସର୍କିଟ କାରଣରୁ ଏହି ଅଗ୍ନିକାଣ୍ଡ ଘଟିଛି ବୋଲି ସନ୍ଦେହ କରାଯାଉଛି । ଘଟଣାର ତଦନ୍ତ ଜାରି ରଖିଛି।
Powered by Froala Editor