ମହାରାଷ୍ଟ୍ର ଓ କେରଳ ଫେରନ୍ତାଙ୍କ ଉପରେ କଡ଼ା ନଜର
ଭୁବନେଶ୍ୱର: ମହାରାଷ୍ଟ୍ର ଓ କେରଳରେ କରୋନା ସଂକ୍ରମଣ ବୃଦ୍ଧି ପାଇଛି ଓ ନୂଆ ମ୍ୟୁଟାଣ୍ଟ ଦେଖାଦେଇଛି। ମହାରାଷ୍ଟ୍ର ଓ କେରଳ ଫେରନ୍ତାଙ୍କ ଉପରେ କଡ଼ା ନଜର ରଖିଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ। ସେଠାରୁ ଆସୁଥିବା ଲୋକଙ୍କ ଟ୍ରେସିଂ, ଟେଷ୍ଟିଂ ଓ ଟ୍ରିଟମେଣ୍ଟ ଉପରେ ରାଜ୍ୟ ସରକାର ଅଧିକ ଫୋକସ୍ କରିଛନ୍ତି।ଏହି ଦୁଇ ରାଜ୍ୟ ଫେରନ୍ତାଙ୍କ ଉପରେ ନଜର ରଖିବାକୁ ବିଭିନ୍ନ ଜିଲ୍ଲାର ଅଙ୍ଗନବାଡ଼ି, ଆଶା ଦିଦି ଓ ସର୍ଭେଲାନ୍ସ କରୁଥିବା ଟିମଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ଡିଏମ୍ଇଟି ନିର୍ଦ୍ଦେଶକ ସି.ବି.କେ ମହାନ୍ତି କହିଛନ୍ତି। କେବଳ ରାଜ୍ୟ ସରକାର ନୁହନ୍ତି, କେନ୍ଦ୍ର ସରକାର ମଧ୍ୟ ପଦକ୍ଷେପ ନେବାକୁ ସେ ମତ ରଖିଛନ୍ତି।
ପ୍ରଥମ ଓ ଦ୍ୱିତୀୟ ଲହରରେ ସରକାର ଯେଉଁ ପଦକ୍ଷେପ ନେଇଥିଲେ, ତୃତୀୟ ଲହର ପାଇଁ ଅନେକ ଆଗୁଆ ପ୍ରସ୍ତୁତି ହୋଇଛି। ଆବଶ୍ୟକ ପଡ଼ିଲେ, ଆଇସିୟୁ, ବେଡ୍ ଓ ଭେଣ୍ଟିଲେଟର ସଂଖ୍ୟା ବୃଦ୍ଧି କରାଯିବ। ରାଜ୍ୟ ସରକାରଙ୍କ ଏପରି ପଦକ୍ଷେପକୁ ସ୍ବାସ୍ଥ୍ୟ ବିଶେଷଜ୍ଞ ସ୍ୱାଗତ କରିଛନ୍ତି। ଏଭଳି ହେଲେ ଅନ୍ୟରାଜ୍ୟର ସଂକ୍ରମଣ ଆମ ରାଜ୍ୟରେ ବିଶେଷ କାୟା ବିସ୍ତାର କରିବନି ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ନିରୋଜ ମିଶ୍ର କହିଛନ୍ତି।
Powered by Froala Editor