ଜୟବିଜୟ, ବେହେରଣ ଓ କଳାହାଟ ଦ୍ୱାର ପାଇଁ ମମ୍ବାଇରୁ ଆସିଲା ରୂପା
ଶ୍ରୀମନ୍ଦିର ୩ଟି ଦ୍ୱାରର ରୂପା ଛାଉଣୀ ପାଇଁ ରୂପା ଆସି ପହଞ୍ଚିଛି । ମୁମ୍ବାଇରୁ ପ୍ରାୟ ୧.୨ ଟନ୍ର ରୂପା ଶ୍ରୀକ୍ଷେତ୍ରରେ ପହଞ୍ଚି ଥିବା ଉନ୍ନୟନ ପ୍ରଶାସକ ସୂଚନା ଦେଇଛନ୍ତି । ୧୭ଟି ପେଟିରେ ରୂପା ଚଦର ପ୍ୟାକେଜ୍ ହୋଇ ଆସିଛି। ଉକ୍ତ ରୂପା ପ୍ୟାକେଟ୍ ଗୁଡ଼ିକୁ କଡା ସୁରକ୍ଷା ବ୍ୟବସ୍ଥା ଭିତରେ ଭକ୍ତ ନିବାସରେ ରଖାଯାଇଛି।
ଶ୍ରୀମନ୍ଦିର ୮ ଦ୍ୱାର ଭିତରୁ ପ୍ରଥମ ପର୍ଯ୍ୟାୟରେ ଜୟବିଜୟ, ବେହେରଣ ଓ କଳାହାଟ ଦ୍ୱାରରେ ରୁପା ଛାଉଣୀ ଦିଆଯିବ। ସେଥିପାଇଁ ଏହି ୩ ଦ୍ୱାରର ନିର୍ମାଣ କାର୍ଯ୍ୟ ନୀଳାଦ୍ରୀ ଭକ୍ତ ନିବାସରେ ଚାଲିଛି। ଉତ୍କଳୀୟ କଳା ସଂସ୍କୃତି ପରମ୍ପରାରେ ସ୍ୱତନ୍ତ୍ର ଡିଜାଇନ୍ରେ ନିର୍ମାଣ ଚାଲିଛି । ସେଥିରେ ରୁପା ଛାଉଣୀ କରାଯିବ। କିନ୍ତୁ ଏ ପର୍ଯ୍ୟନ୍ତ ଏଥିପାଇଁ ଏଏସ୍ଆଇ ପକ୍ଷରୁ କୌଣସି ଅନୁମତି ମିଳିନାହିଁ ବୋଲି ଜଣାପଡ଼ିଛି। ପରବର୍ତ୍ତୀ ସମୟରେ ଶ୍ରୀମନ୍ଦିର ବାକି ୫ଟି ଦ୍ୱାର ନିର୍ମାଣ କରାଯାଇ ରୂପା ଛାଉଣୀ କରାଯିବ। ସେହି ଦ୍ୱାର ଗୁଡ଼ିକ ହେଲା ମହାଲକ୍ଷ୍ମୀଙ୍କ ଗର୍ଭ ଦ୍ୱାର, ବିମଳା, ସାତପାହାଚ, ନୃସିଂହ ଓ ପଶ୍ଚିମ ଭୋଗମଣ୍ଡପ ଦ୍ୱାର।
Powered by Froala Editor