ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଚାଲିଗଲା ମାଆପୁଅଙ୍କ ଜୀବନ

କେନ୍ଦୁଝର : ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଚାଲିଗଲା ମାଆ ଓ ଶିଶୁପୁତ୍ରର ଜୀବନ। ଏଭଳି ଏକ ଅଭାବନୀୟ ଘଟଣା ମଙ୍ଗଳବାର ନୟାକୋଟ ଥାନା ବାଂଶପାଳ ଗାଁରେ ଘଟିଛି । ଲୁଗା ଶୁଖାଉଥିବା ବେଳେ ମହିଳା ଜଣକ ବିଦ୍ୟୁତ୍ ସଂସ୍ପର୍ଶରେ ଆସିଥିଲେ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। ମାଆପୁଅକୁ ବଞ୍ଚାଇବାକୁ ଯାଇ ଶାଶୁ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
Powered by Froala Editor