ମର୍ମନ୍ତୁଦ ଦୁର୍ଘଟଣା: ଦୁଇ ମୃତ, ୧୦ ଆହତ

ଭଞ୍ଜନଗର: ପିକଅପ୍ ଭ୍ୟାନ୍ ଓଲଟି ଦୁଇ ମୃତ, ୧୦ ଆହତ। ଗଞ୍ଜାମ ଭଞ୍ଜନଗର ଗାଙ୍ଗପୁର ଥାନା କୁଲାଙ୍ଗୀ ଗାଁ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଆଜି ସକାଳେ ଭାରସାମ୍ୟ ହରାଇ ଏକ ପିକଅପ୍ ଭ୍ୟାନ୍ ଓଲଟି ପଡିଥିବା ସୂଚନା ମିଳିଛି। ଦୁର୍ଘଟଣାରେ ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ୧୦ ଆହତଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ରହିଛି। ସମସ୍ତଙ୍କୁ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରାଯାଇଛି। ଦାନ୍ତେଲିଙ୍ଗିରୁ ସାନବୋରସିଙ୍ଗିକୁ ଭୋଜି ପାଇଁ ଯିବାବେଳେ ଏଭଳି ଅଘଟଣ ଘଟିଛି।
Powered by Froala Editor