‘ଅପରେଶନ ସିନ୍ଦୂର’ ଫିଲ୍ମର ପୋଷ୍ଟର ଜାରି

ପହଲଗାମରେ ହୋଇଥିବା ବର୍ବୋରଚିତ ଆକ୍ରମଣ ପରେ ପାକିସ୍ତାନକୁ କଡ଼ା ଜବାବ ଦେଉଛି ଭାରତୀୟ ସଶସ୍ତ୍ର ବାହିନୀ। ‘ଅପରେଶନ ସିନ୍ଦୂର’ ଅପରେଶନ ଉପରେ ଏକ ଚଳଚ୍ଚିତ୍ର ନିର୍ମାଣ ହେବାକୁ ଯାଉଛି।
ଫେଡେରେସନ ଅଫ ୱେଷ୍ଟର୍ଣ୍ଣ ଇଣ୍ଡିଆ ସିନେ ଏମ୍ପ୍ଲୋଇଜର ଅଧ୍ୟକ୍ଷ ବି.ଏନ ତିୱାରୀ ପ୍ରତିକ୍ରିୟା ଦେଇ କହିଛନ୍ତି, ‘ଆତଙ୍କବାଦୀ ଆକ୍ରମଣର କଡ଼ା ଜବାବ ଦେବାକୁ ଯାଇ ଭାରତ ଅପରେସନ ‘ସିନ୍ଦୂର’କୁ ଅସ୍ତ୍ର କରି ପ୍ରତିଶୋଧ ନେଇଛି। ଏହି ଅପରେସନର ନାମକୁ ସିନେମାର ଶୀର୍ଷିକ କରିବା ପାଇଁ ଏଯାବତ ୧୫ଜଣ ସିନେମା ନିର୍ମାତା ଆବେଦନ କରି ସାରିଛନ୍ତି। ଏହି ପଞ୍ଜୀକରଣ ଇଣ୍ଡିଆନ ମୋସନ ପିକଚର ପ୍ରଡ୍ୟୁସର୍ସ ଆସୋସିଏସ ମାଧ୍ୟମରେ କରାଯାଉଛି।
ଏନେଇ ଘୋଷଣା କରାଯାଇଛି। ଫିଲ୍ମଟି ନିକି-ଭିକି ଭଗନାନି ଫିଲ୍ମସ୍ ଏବଂ କଣ୍ଟେଣ୍ଟ ଇଞ୍ଜିନିୟରଙ୍କ ବ୍ୟାନରରେ ନିର୍ମାଣ ହେବାକୁ ଯାଉଛି। ଏକ AI ପୋଷ୍ଟର ମାଧ୍ୟମରେ ଏହି ଫିଲ୍ମର ଘୋଷଣା କରାଯାଇଛି। ପୋଷ୍ଟରରେ ଜଣେ ମହିଳା ସାମରିକ ଅଧିକାରୀ ହାତରେ ବନ୍ଧୁକ ଧରି କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତ ହେଉଥିବାର ଦେଖାଯାଉଛି। ଏହା ର ପୋଷ୍ଟରରେ ‘ଭାରତ ମାତା କି ଜୟ ଅପରେସନ ସିନ୍ଦୂର’ ଲେଖାଯାଇଛି।
ଭିକି ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ଭାଇରାଲଙ୍କ ପୋଷ୍ଟ ସେୟାର କରି ତାଙ୍କ ଫିଲ୍ମର ଘୋଷଣା ମଧ୍ୟ କରିଛନ୍ତି। ଏହି ଫିଲ୍ମର ଷ୍ଟାରକାଷ୍ଟ ସମ୍ପର୍କରେ କୌଣସି ସୂଚନା ଶେୟାର କରାଯାଇ ନାହିଁ। ଉତ୍ତମ ମାହେଶ୍ୱରୀ ଏବଂ ନୀତିନ କୁମାର ଗୁପ୍ତା ମିଳିତ ଭାବରେ ଏହି ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି।
Powered by Froala Editor