ଆଇପିଏସ୍ସ୍ତରରେ ଅଦଳବଦଳ
ଭୁବନେଶ୍ୱର: ରାଜ୍ୟ ସରକାର ଆଜି ଆଇପିଏସ୍ସ୍ତରରେ ଅଦଳବଦଳ କରିଛନ୍ତି । ୬ ଜିଲ୍ଲାରେ ନୂଆ ଏସ୍ପିଙ୍କୁ ନିଯୁକ୍ତି ମିଳିଛି । ଗୃହ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିବା ଆଇପିଏସ ଏସ୍.ଦେବଦତ୍ତ ସିଂଙ୍କୁ ପୁଲିସ ମୁଖ୍ୟାଳୟର ଆଇଜି ଭାବେ ଅବସ୍ଥାପିତ କରାଯାଇଛି । ସେହିପରି ଜଗତସିଂହପୁର ଏସପି ପ୍ରକାଶ ଆରଙ୍କୁ ଭିଜିଲାନ୍ସ ଏସପି ଭାବେ ବଦଳି କରାଯାଇଛି । ପିଏସ ପୁରୁଷୋତ୍ତମ ଦାସଙ୍କୁ ନବରଙ୍ଗପୁର ଏସପି ଭାବେ ଦାୟିତ୍ୱ ମିଳିଛି । ବରଗଡ଼ ଏସପି ଭାବେ ରାହୁଲ ଜୈନ ଏବଂ ପ୍ରତ୍ୟୁଷ ଦିବାକରଙ୍କୁ ନୂଆପଡ଼ାର ଏସପି ଭାବେ ଦାୟିତ୍ୱ ଦିଆଯାଇଛି । ମୟୂରଭଞ୍ଜ ଏସପି ଭାବେ ନିଯୁକ୍ତ ହୋଇଛନ୍ତି କେଆର ଦ୍ୟାନଦେଓ । ପିଏସ ମୀନାଙ୍କୁ ମିଳିଛି ମାଲକାନଗିରିର ଏସପି ଦାୟିତ୍ୱ ।
Powered by Froala Editor