ଯୁବକଙ୍କୁ ଦୁର୍ବୃତ୍ତଙ୍କ ମରଣାନ୍ତକ ଆକ୍ରମଣ
ପୋଲସରା: କବିସୂର୍ଯ୍ୟନଗର ଥାନା ସାନ ଉସ୍ତାପଡ଼ା ଗାଁରେ ଜଣେ ଯୁବକଙ୍କୁ ଦୁର୍ବୃତ୍ତମାନେ ମରଣାନ୍ତକ ଆକ୍ରମଣ କରିଛନ୍ତି। ଦୁର୍ବୃତ୍ତମାନଙ୍କ ମରଣାନ୍ତକ ଆକ୍ରମଣରେ ଯୁବକଙ୍କ ୯୦ ପ୍ରତିଶତ ହାତ କଟି ଯାଇଛି। ଆକ୍ରମଣର ଶିକାର ହୋଇଥିବା ଯୁବକଙ୍କ ନାମ ବଣ୍ଟି ପ୍ରଧାନ ବୋଲି ଜଣାପଡ଼ିଛି।
ଆଜି ସାନ ଉସ୍ତାପଡ଼ା ଗାଁର ବଣ୍ଟି ପ୍ରଧାନଙ୍କୁ ମରଣାନ୍ତକ କିଛି ଦୁର୍ବୃତ୍ତ ଆକ୍ରମଣ କରିଥିଲେ। ଏଥିରେ ତାଙ୍କର ୯୦ ପ୍ରତିଶତ ହାତ କଟି ଯାଇଥିବାବେଳେ ତାଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସୂଚନା ମିଳିଛି। ଖବର ପାଇ କବିସୂର୍ଯ୍ୟନଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
Powered by Froala Editor