ଚିନ୍ତା କରନ୍ତୁନି.. ଏମିତି କାହିଁକି କହିଲେ ଡିଏମଇଟି ଜାଣନ୍ତୁ
ଭୁବନେଶ୍ୱର: କରୋନକୁ ମାତ ଦେବା ପାଇଁ ସରକାର ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ଅବଲମ୍ବନ କରୁଛନ୍ତି । ଟିକାକରଣ ଅଭିଯାନକୁ ଜୋରଦାର କରୁଛନ୍ତି । ଲୋକମାନଙ୍କୁ କରୋନା ଗାଇଡଲାଇନ ମାନିବା ପାଇଁ ସଚେତନ କରାଉଛନ୍ତି । ଏହା ସତ୍ତ୍ୱେ ବି ବର୍ତ୍ତମାନ ସୁଦ୍ଧା ଦ୍ୱିତୀୟ ଲହରରେ ସଂକ୍ରମଣ କମିବାର ନାମ ନେଉନାହିଁ ।
ତେବେ ଏନେଇ କୌଣସି ଚିନ୍ତା କରିବାର ନାହିଁ । ଏନେଇ ଚିନ୍ତା ନକରିବାକୁ ଡିଏମଇଟି ସିବିକେ ମହାନ୍ତି କହିଛନ୍ତି । ଭୁବବେନଶ୍ୱର ଓ ଅନ୍ୟ ଜିଲ୍ଲାରେ ସଂକ୍ରମଣ ବଢିବା ନେଇ ଡିଏମଇଟି କହିଛନ୍ତି ଯେ, ଚିନ୍ତା କରନ୍ତୁ ନାହିଁ, ଟେଷ୍ଟ ବଢିଥିବରୁ ଆକ୍ରାନ୍ତଙ୍କ ସଂଖ୍ୟା ବଢିଛି । କିନ୍ତୁ ଟେଷ୍ଟ ପଜିଟିଭିଟି ରେଟ ଅର୍ଥାତ ଟିପିଆର ବଢିନାହିଁ । ଯେଉଁଠି ଟିକେ ଅଧିକ ବଢିଥିବା ଖବର ଆସୁଛି ସେଠାରେ ଅଧିକ ଗୁରୁତ୍ୱ ଦେଉଛୁ । ଟେଷ୍ଟିଂ ଓ ସର୍ଭେଲାନ୍ସ ବଢୁଥିବାରୁ ସଂକ୍ରମଣ ବଢୁଛି । ତେଣୁ ସଂଖ୍ୟା ବଢିବା ନେଇ ଭୟଭୀତ ହେବା ଦରକାର ନାହିଁ । ଉପକୂଳ ଜିଲ୍ଲାରେ ୩ ମାସିଆ ସର୍ଭଲାନ୍ସ ଜାରି ରହିଛି । ସବୁ ବ୍ୟବସ୍ଥା ହୋଇଛି ବୋଲି ବୋଲି ଡିଏମଇଟି ସିବିକେ ମହାନ୍ତି କହିଛନ୍ତି ।
Powered by Froala Editor