ଯୌତୁକ ପାଇଁ ୯ ମାସର ଗର୍ଭବତୀ ମହିଳାଙ୍କୁ ହତ୍ୟା
କେନ୍ଦ୍ରାପଡା : କେନ୍ଦ୍ରାପଡା ରାଜନଗର ଥାନା ବାଲିସାହିପାଟଣା ଗାଁରେ ଏକ ଚାଞ୍ଚଲ୍ୟକର ଘଟଣା ଶନିବାର ସାମ୍ନାକୁ ଆସିଛି । ଜଣେ ୯ ମାସର ଗର୍ଭବତୀ ମହିଳାଙ୍କୁ ଯୌତୁକ ପାଇଁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଆଳି ଥାନା ଅନ୍ତର୍ଗତ ନଳପାହି ଗାଁର ଜୈରାମ ପରିଡାଙ୍କ ଝିଅ କଳ୍ପନା ପରିଡା ବାଲିସାହିପାଟଣା ଗାଁର ଦୀପକଙ୍କୁ ବିବାହ କରିଥିଲେ । ବିବାହ ପରେ ଶାଶୁଘର ଲୋକେ ଅଧିକ ଯୌତୁକ ଦାବି କରିବା ସହ ଝିଅକୁ ନିର୍ଯାତନା ଦେଉଥିଲେ ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି। ଗତକାଲି ଶାଶୁଘର ଲୋକେ ତାଙ୍କ ଝିଅକୁ ହତ୍ୟା କରିଥିବା ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ରାଜନଗର ପୁଲିସ ଘଟଣାର ତଦନ୍ତ କରୁଥିବା ବେଳେ ଶାଶୁଘର ଲୋକେ ଫେରାର ରହିଛନ୍ତି ବୋଲି ସୂଚନା ମିଳିଛି ।
Powered by Froala Editor