ସଭାପତି ପଦ ପାଇଁ ନବୀନଙ୍କ ନାମାଙ୍କନ ପତ୍ର ଦାଖଲ
ଭୁବନେଶ୍ଵର: ବିଜୁ ଜନତା ଦଳର ସଭାପତି ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ନବୀନ ପଟ୍ଟନାୟକ। ଗୁରୁବାର ଶଙ୍ଖ ଭବନରେ ସେ ସଭାପତି ପଦ ପାଇଁ ବିଧିବଦ୍ଧ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନବୀନ ନବମ ଥର ପାଇଁ ବିଜେଡିର ସଭାପତି ହେବା ଏକପ୍ରକାର ସ୍ପଷ୍ଟ ହୋଇଛି। ଦଳର ସାଂଗଠନିକ ନିର୍ବାଚନ ଚାଲିଥିବାବେଳେ ଅନ୍ୟ କେହି ପ୍ରାର୍ଥୀପତ୍ର ଦାଖଲ କରି ନଥିବାରୁ ନବୀନ ପଟ୍ଟନାୟକ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେବା ନିଶ୍ଚିତ ହୋଇଛି। ଏପ୍ରିଲ ୧୯ ତାରିଖରେ ବିଧିବଦ୍ଧ ଭାବେ ବିଜେଡି ସଭାପତିଙ୍କ ନାଁ ଘୋଷଣା ହେବ। ଆସନ୍ତା ଦୁଇ ଦିନ ଭିତରେ ବିଜେଡି ରାଜ୍ୟ ପରିଷଦ ଓ କାର୍ଯ୍ୟକାରିଣୀ ଗଠନ ହେବ।
Powered by Froala Editor