ହାତୀ ଆକ୍ରମଣରେ ବୃଦ୍ଧ ମୃତ
ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ବନାଞ୍ଚଳ କଞ୍ଜା ଗାଁରେ ହାତୀ ଆତଙ୍କ। ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ମୃତକ କଞ୍ଜା ଗାଁର ସୋମନାଥ ବେହେରା ବୋଲି ଜଣାପଡିଛି। ଆଜି ସକାଳୁ ସେ ଆମ୍ବ ବଗିଚାକୁ ଯିବାବେଳେ ହାତୀ ଆକ୍ରମଣର ଶିକାର ହୋଇଥିଲେ। ଖବର ପାଇ ବନ ବିଭାଗ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।
Powered by Froala Editor