ମ୍ୟାଁମାରରେ ପୁଣି ଥରେ ଭୂକମ୍ପ ଝଟକା

ନୂଆଦିଲ୍ଲୀ: ମ୍ୟାଁମାରରେ ପୁଣି ଥରେ ଭୂକମ୍ପ ଝଟକା ଲାଗିଛି। ଭୂମିକମ୍ପରେ ଥରିଛି ମ୍ୟାଁମାର। କେନ୍ଦ୍ରୀୟ ମ୍ୟାନ୍ମାରର ମେଇକତିଲା ସହର ନିକଟରେ ରବିବାର ଏହି ଭୂକମ୍ପ ଅନୁଭୂତ ହୋଇଛି, ଯାହାର ତୀବ୍ରତା ରିକ୍ଟର ସ୍କେଲରେ ୫.୭ ରହିଥିଲା। ଆମେରିକାର ଭୂତତ୍ଵ ସର୍ବେକ୍ଷେଣ(ୟୁଏସଜିଏସ) ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି। ମାଣ୍ଡାଲେ ଏବଂ ନ୍ୟାପିତ ମଧ୍ୟଭାଗ ଅଞ୍ଚଳର ଭୂକମ୍ପର କେନ୍ଦ୍ରସ୍ଥଳ ବୋଲି କୁହାଯାଇଛି।
ଗତ ମାର୍ଚ୍ଚ ୨୮ ତାରିଖରେ ଦେଶରେ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଥିଲା। ଯେଉଁଥିରେ ବହୁ ବଡ଼ ବଡ଼ କୋଠା ଭୁଶୁଡ଼ି ଧୂଳିସାତ ହୋଇଯାଇଥିବାବେଳେ ୩୫୦୦ରୁ ଅଧିକ ନାଗରିକ ପ୍ରାଣ ହରାଇଥିଲେ। ରିକ୍ଟର ସ୍କେଲରେ ଏହି ଭୂକମ୍ପର ତୀବ୍ରତା ରହିଥିବା ୭.୭। ମାଣ୍ଡାଲେ, ନ୍ୟାପିତ, ମେଇକତିଲା ସମେତ ଅନେକ ସହର ଏହାଦ୍ଵାରା କ୍ଷତିଗ୍ରସ୍ତ ହୋଇଥିଲା। ବଡ଼ ବଡ଼ ସରକାରୀ କୋଠା ଭୁଶୁଡ଼ି ବହୁ ଧନଜୀବନ ହାନି ହୋଇଥିଲା।
Powered by Froala Editor