ଓଲଟିଲା ସ୍କୁଲ ଭ୍ୟାନ, ୬ ଆହତ
ଭବାନୀପାଟଣା: ଆଜି ମଧ୍ୟାହ୍ନରେ ଜୟପାଟଣା ଥାନା ପାଇକକେନ୍ଦୁମୁଣ୍ଡିରେ ଏକ ସ୍କୁଲ୍ ଭ୍ୟାନ ଓଲଟି ପଡିବାରୁ ୬ ଛାତ୍ରଛାତ୍ରୀ ଆହତ ହେଇଛନ୍ତି। ଦୁଇ ଗୁରୁତରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଭେଙ୍କଟେଶ୍ବର ଇଂଲିଶ ମିଡିୟମ ପବ୍ଳିକ ସ୍କୁଲର ୧୨ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଭ୍ୟାନଟି ମୁଖିଗୁଡ଼ା ଯାଉଥିଲା। ରାସ୍ତାରେ ଭାରସାମ୍ୟ ହରାଇ ଭ୍ୟାନଟି ଏକ ବିଲ ଭିତରକୁ ଓଲଟି ପଡିଥିଲା। ଖବରପାଇ ଅଗ୍ନିଶମ କର୍ମଚାରୀ ପିଲାଙ୍କୁ ଉଦ୍ଧାର କରିଥିଲେ। ଦୁର୍ଘଟଣାରେ ୬ ଆହତ ହେଇଥିବା ବେଳେ ଜଣେ ଛାତ୍ରୀ ସମେତ ଦୁଇଜଣଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
Powered by Froala Editor