କୂଅ ସଫା କରିବାକୁ ଯାଇ ୮ ଜଣ ମୃତ

ମଧ୍ୟପ୍ରଦେଶର ଖଣ୍ଡୱା ଜିଲାର କୋଣ୍ଡାଭାଟ ଗାଁରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଗଙ୍ଗୌର ପର୍ବ ଅବସରରେ ଗାଁ କୂଅ ସଫା କରିବାକୁ ଯାଇଥିବା ସମୟରେ ଆଠ ଜଣଙ୍କର ମୃତ୍ୟୁ ହୋଇଛି । ଦୁର୍ଘଟଣାର କାରଣ କୂଅ ଭିତରେ ମିଥେନ ଗ୍ୟାସର ଲିକେଜ ବୋଲି କୁହାଯାଉଛି।
ଗଙ୍ଗୌର ମାତାର ଜୋଓ୍ବାରଗୁଡିକର ବିସର୍ଜନ କୋଣ୍ଡାଭଟ ଗାଁରେ ହେବାର ଥିଲା। ଏହାକୁ ଦୃଷ୍ଟିରେ ରଖି ଗାଁ ଲୋକେ ୧୫୦ ବର୍ଷ ପୁରୁଣା ସାର୍ବଜନୀନ କୂଅକୁ ସଫା କରିବାକୁ ଯାଇଥିଲେ, କିନ୍ତୁ କୂଅରେ ଶ୍ୱାସରୁଦ୍ଧ ହୋଇ ସମସ୍ତଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା।
କଲେକ୍ଟର ରିଷଭ ଗୁପ୍ତା କହିଛନ୍ତି ଯେ, ଘଟଣା ବିଷୟରେ ସୂଚନା ଅପରାହ୍ନ ପ୍ରାୟ ୪ଟାରେ ମିଳିଥିଲା । ପ୍ରଥମ ଦେଖାରେ ଏହା ମନେ ହେଉଛି ଯେ କୂଅରେ ବିଷାକ୍ତ ଗ୍ୟାସ ଯୋଗୁଁ ଦୁର୍ଘଟଣା ଘଟିଛି । ଏହି କାରଣରୁ, ସଫା କରିବାକୁ ଆସିଥିବା ପାଞ୍ଚ ଜଣ ଲୋକ ବାହାରକୁ ଆସିପାରି ନଥିଲେ । ପରେ ତାଙ୍କୁ ଉଦ୍ଧାର କରିବା ପାଇଁ ତିନି ଜଣ ଲୋକ କୂଅ ଭିତରକୁ ଓହ୍ଲାଇ ପଡ଼ିଥିଲେ । ସେ ମଧ୍ୟ ଦୁର୍ଘଟଣାର ଶିକାର ହୋଇଥିଲେ ଏବଂ ବାହାରକୁ ଆସିପାରି ନଥିଲେ । ମୃତଦେହଗୁଡ଼ିକୁ ହସ୍ପିଟାଲକୁ ପଠାଯାଇଛି ଯେଉଁଠାରେ ପୋଷ୍ଟମର୍ଟମ କରାଯିବ, ତା’ପରେ ହିଁ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ।
କୂଅରେ ପ୍ରାଣ ହରାଇଥିବା ପରିବାରକୁ ଜିଲା କଲେକ୍ଟର ପ୍ରତ୍ୟେକଙ୍କୁ ୪ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି।
Powered by Froala Editor