ଲାଲୁ ଯାଦବ ଅସୁସ୍ଥ

ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଛି। ରିପୋର୍ଟ ଅନୁଯାୟୀ, ରକ୍ତରେ ଶର୍କରା ବୃଦ୍ଧି ପାଇବା ଯୋଗୁଁ ତାଙ୍କ ଅବସ୍ଥା ଆହୁରି ଖରାପ ହୋଇଛି। କୁହାଯାଉଛି ଯେ, ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବା ପରେ ଲାଲୁ ଯାଦବ ଦିଲ୍ଲୀ ଯିବାକୁ ଘରୁ ବାହାରିଥିଲେ। କିନ୍ତୁ ବିମାନବନ୍ଦର ଯିବା ପରିବର୍ତ୍ତେ ସେ ହଠାତ୍ ପାରସ ହସ୍ପିଟାଲରେ ପହଞ୍ଚିଥିଲେ। ସେଠାରୁ ସେ ବିମାନବନ୍ଦରକୁ ଯିବେ ବୋଲି ଜଣାପଡ଼ିଛି। ଆରଜେଡି ମୁଖ୍ୟଙ୍କ ସହିତ ତାଙ୍କ ପତ୍ନୀ ରାବଡୀ ଦେବୀ ଏବଂ ତେଜସ୍ୱୀ ଯାଦବ ଉପସ୍ଥିତ ଥିବା ସାମ୍ନାକୁ ଆସିଛି।
ଲାଲୁ ପ୍ରସାଦ ଯାଦବ ଗତ ଦୁଇ-ତିନି ଦିନ ଧରି ଅସୁସ୍ଥ ଥିବା ସୂଚନା ମଧ୍ୟ ଆସୁଛି। ସେ ଗତ ଦୁଇ ଦିନ ଧରି ରକ୍ତରେ ଶର୍କରା ବୃଦ୍ଧି ସମସ୍ୟାରେ ପୀଡିତ ଥିଲେ। ବୁଧବାର ସକାଳେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଆହୁରି ବିଗିଡ଼ି ଯାଇଥିଲା, ଏହା ପରେ ପାଟନାର ରାବ୍ରି ବାସଭବନରେ ଡାକ୍ତରଙ୍କ ଏକ ଦଳ ତାଙ୍କ ଉପରେ ନଜର ରଖିଛନ୍ତି।
ସୂଚନାଯୋଗ୍ୟ, ୨୦୨୨ ମସିହାରେ ଲାଲୁ ପ୍ରସାଦ ଯାଦବଙ୍କର କିଡନୀ ପ୍ରତିରୋପଣ କରାଯାଇଥିଲା। କିଡନୀ ପ୍ରତିରୋପଣ ପରେ ଲାଲୁ ଯାଦବ ବହୁତ ସୁସ୍ଥ ଦେଖାଯାଉଥିଲେ। ପୂର୍ବରୁ ୨୦୧୪ ମସିହାରେ ତାଙ୍କର ଓପନ ହାର୍ଟ ସର୍ଜରୀ ମଧ୍ୟ ହୋଇଥିଲା। ୨୦୨୨ ମସିହାରେ ଲାଲୁ ପ୍ରସାଦ ଯାଦବଙ୍କର ଆଞ୍ଜିୟପ୍ଲାଷ୍ଟି ହୋଇଥିଲା। ବର୍ତ୍ତମାନ କିଛି ଗଣମାଧ୍ୟମ ରିପୋର୍ଟରେ ଏହା ମଧ୍ୟ କୁହାଯାଉଛି ଯେ ଆରଜେଡି ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବଙ୍କ ରକ୍ତରେ ଶର୍କରା ସ୍ତର ବୃଦ୍ଧି ପାଇଛି।
Powered by Froala Editor