ମିଆଁମାର ପରେ ଜାପାନରେ ଭୂକମ୍ପ, ସୁନାମୀ ଭୟ ନାହିଁ

ମିଆଁମାର ପରେ ଜାପାନରେ ଭୂକମ୍ପର ଜୋରଦାର ଝଟକା । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୬.୦ ଥିବାବେଳେ ସଂଧ୍ୟା ୭ଟା ୩୪ ବେଳେ ଏହି ଭୂକମ୍ପ ଅନୁଭୂତ ହୋଇଛି । ତେବେ ଭୂକମ୍ପର କେନ୍ଦ୍ରସ୍ଥଳ ଜାପାନର କ୍ରୁଶୁ ବୋଲି କୁହାଯାଉଛି । ଭୟଙ୍କର ଭୂକମ୍ପରେ ଏଯାଏଁ କୌଣସି ମୃତାହତଙ୍କ ଖବର ଆସି ନଥିବା ବେଳେ ସୁନାମୀର ମଧ୍ୟ କୌଣସି ସତର୍କତା ଜାରି କରାଯାଇନାହିଁ ।
ଜାପାନର ପାଣିପାଗ ବିଭାଗ ସ୍ପଷ୍ଟ କରିଛି ଯେ ଏହି ଭୂକମ୍ପରୁ ସୁନାମିର କୌଣସି ବିପଦ ନାହିଁ। ଅଧିକାରୀମାନେ ପରିସ୍ଥିତି ଉପରେ ନଜର ରଖିଛନ୍ତି ଏବଂ ଲୋକଙ୍କୁ ଅଧିକ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି।
ସୂଚନାଯୋଗ୍ୟ, ମିଆଁମାରରେ ହୋଇଥିବା ଭୂକମ୍ପରେ ଏହି ଭୂକମ୍ପରେ ମୃତ୍ୟୁସଂଖ୍ୟା୨୭୧୯କୁ ବୃଦ୍ଧି ପାଇଥିବାବେଳେ ୪୫୨୧ ଜଣ ଆହତ ହୋଇଛନ୍ତି । ୪୪୧ ଜଣ ବର୍ତ୍ତମାନ ସୁଦ୍ଧା ନିଖୋଜ ଅଛନ୍ତି । ପ୍ରଧାନମନ୍ତ୍ରୀ ମିନି ଅଙ୍ଗ ହଲିଙ୍ଗ ଏହି ସୂଚନା ଦେଇଛନ୍ତି। ଏହି ସମୟରେ ମିଆଁମାରର ଜୁଣ୍ଟା ମୁଖ୍ୟ ଅଙ୍ଗ ହଲିଙ୍ଗ ଜାତିସଂଘ ସଶସ୍ତ୍ର ସଂଗଠନ (EAO) ର ଅସ୍ତ୍ରବିରତି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରି ସାମରିକ କାର୍ଯ୍ୟାନୁଷ୍ଠାନ ଜାରି ରଖିବାକୁ ଘୋଷଣା କରିଥିଲେ।
Powered by Froala Editor