ଦିଲ୍ଲୀରେ ହେବ ଓଡ଼ିଶା ପର୍ବ

ଉତ୍କଳ ଦିବସରେ ବଡ଼ ଘୋଷଣା କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା। ଦିଲ୍ଲୀରେ ଓଡ଼ିଶା ପର୍ବ ଧୂମଧାମରେ ପାଳନ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ତେବେ ଉତ୍କଳ ଦିବସ ଅବସରରେ ଓଡିଆଙ୍କ ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ଦିଲ୍ଲୀ ସ୍ଥିତ ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ପୂର୍ଜାର୍ଚ୍ଚନା କରି ଉତ୍କଳ ଦିବସ ଅବସରରେ ସମସ୍ତ ଓଡିଆ ଏବଂ ଦିଲ୍ଲୀରେ ବସବାସ କରୁଥିବା ଓଡିଆ ଭାଇଭଉଣୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ଦିଲ୍ଲୀରେ ରହୁଥିବା ଓଡିଆମାନଙ୍କର ବିକାଶ ଏବଂ ସମୃଦ୍ଧି କାମନା କରିଛନ୍ତି ରେଖା ଗୁପ୍ତା ।
ଏହାସହ ସେ କହିଛନ୍ତି, ଆଗାମୀ ଦିନରେ ଦିଲ୍ଲୀରେ ରେଖା ସରକାରଙ୍କ ତରଫରୁ ଓଡିଶା ପର୍ବ ଧୂମଧାମରେ ପାଳନ ହେବ। ଏହି ଘୋଷଣା ପରେ ସେହି ସମୟରେ ଜୟ ଜଗନ୍ନାଥ ନାରାରେ କମ୍ପିଥିଲା ପରିବେଶ ।
ସୂଚନାଯୋଗ୍ୟ, ନିକଟରେ ମୁଖ୍ୟମନ୍ତ୍ରୀ ରେଖା ଓଡ଼ିଶା ଗସ୍ତରେ ଆସି ପୁରୀରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଛନ୍ତି।
Powered by Froala Editor